ଯାଜପୁର: କୋରୋନା ପାଇଁ ଜାରି ରହିଛି ଲକଡାଉନ । ଏଥିପାଇଁ ହଇରାଣ ହରକତ ହେଉଛନ୍ତି ବାଜା ମାଲିକ ଓ କଳାକାର । କାମ ଧନ୍ଦା କିଛି ନଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ଏଥିପାଇଁ ଆଜି ଯାଜପୁର ଜିଲ୍ଲା ମା ବିରଜା ମ୍ୟୁଜିକାଲ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଦୀର୍ଘ ଦୁଇ ମାସ ହେଲା ଏହି ବାଜା କଳାକାରମାନେ ଘରେ ରହିଥିବା ବେଳେ ରୋଜଗାର ନଥିବାରୁ ଅସୁବିଧା ଭୋଗ କରୁଛନ୍ତି ।
ଏଥିପାଇଁ ସରକାରଙ୍କୁ ତୁରନ୍ତ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଦାବି କରାଯାଇଛି । ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ