ଯାଜପୁର: ଅଧିଷ୍ଠାତ୍ରୀ ଦେବୀ ମା’ ବିରାଜଙ୍କ ମନ୍ଦିର ଆସନ୍ତା 29 ତାରିଖରେ ଖୋଲାଯିବ । ସକାଳ 6ଟାରୁ ସନ୍ଧ୍ୟା 5 ଯାଏ ଭକ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ । ତେବେ ଜାନୁଆରୀ 1, 2 ଓ 3 ତାରିଖରେ ମନ୍ଦିର ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ।
ଏନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସେହିପରି ମନ୍ଦିର ମଧ୍ୟରେ କୌଣସି ବିବାହ କାର୍ଯ୍ୟ କରାଯିବ ନାହିଁ କେବଳ ପିଣ୍ଡଦାନ ହୋଇପାରିବ ବୋଲି ସେ କହିଛନ୍ତି । ସୂଚନାଥାଉକି, କୋରୋନା ପାଇଁ ବନ୍ଦ ରହିଥିଲା ମନ୍ଦିର ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ