ETV Bharat / state

ବିରଜା ମନ୍ଦିର ପାଚେରୀ ଖୋଳିବା ନେଇ ବିରଜା ସେନାର ବିରୋଧ - Birja sena opposes excavation of wall of the Birja temple

ବିରଜା ମନ୍ଦିର ପାଚେରୀ ଖୋଳି ସେଠାରେ ବିଦ୍ୟୁତ୍ ତାର କାମ ଚାଲିଥିବାବେଳେ ଏହାକୁ ବିରୋଧ କରିଛି ବିରଜା ସେନା । ଅଧିକ ପଢନ୍ତୁ...

ବିରଜା ମନ୍ଦିର ପାଚେରୀ ଖୋଳିବା ନେଇ ବିରଜା ସେନାର ବିରୋଧ

author img

By

Published : Sep 6, 2020, 4:30 PM IST

ଯାଜପୁର: ଜିଲ୍ଲା ବିରଜା ମନ୍ଦିର ପାଚେରୀ ଖୋଳି ସେଠାରେ ବିଦ୍ୟୁତ୍ ତାର କାମ ଚାଲିଥିବାବେଳେ ଏହାକୁ ବିରୋଧ କରିଛି ବିରଜା ସେନା । ଏହାକୁ ନେଇ ମନ୍ଦିର ପରିସରରେ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନାନୁଯାୟୀ, ଯାଜପୁର ପୌରପାଳିକା ପକ୍ଷରୁ ମନ୍ଦିର ଚର୍ତୁପାର୍ଶ୍ବରେ ଆଲୋକୀକରଣ କାମ ଆରମ୍ଭ ହୋଇଛି । ଏହି କାମ ନେଇଥିବା ଠିକା ସଂସ୍ଥା ମନ୍ଦିର ପାଚେରୀକୁ ଖୋଳି ପାଇପ କାମ କରୁଥିବା ଦେଖି ଏହାର ପ୍ରତିବାଦ କରିଛି ବିରଜା ସେନା ।

ବିରଜା ମନ୍ଦିର ପାଚେରୀ ଖୋଳିବା ନେଇ ବିରଜା ସେନାର ବିରୋଧ

ଏହି ମନ୍ଦିର ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଅଧିନରେ ଥିବାରୁ କିପରି ଏହାର ପାଚେରୀ ଖୋଳାଗଲା ତାକୁ ନେଇ ଉଠିଛି ପ୍ରଶ୍ନ । କାମ କରୁଥିବା ଠିକା ସଂସ୍ଥାର କର୍ମଚାରୀଙ୍କୁ ସେନା ପକ୍ଷରୁ ଅଟକ ରଖାଯାଇଥିଲା । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ଯାଜପୁର ପୋଲିସ ଘଟଣାସ୍ଥଳରେ ପହଁଚି ସଂପୃକ୍ତ ଠିକାଦାରଙ୍କୁ ପଚରାଉଚୁରା କରିଛି । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେନା ପକ୍ଷରୁ ଦାବି ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.