ETV Bharat / state

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ୨୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଉଠାଇନେଲା ପୋଲିସ - ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବିଞ୍ଝାରପୁର ପୋଲିସର ଆକ୍ସନ

ବିଞ୍ଝାରପୁର ନିର୍ବାଚନୀ ହିଂସା ଓ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୨୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଉଠାଇ ଆଣିଲା ବିଞ୍ଝାରପୁର ପୋଲିସ । ଅଧିକ ପଢନ୍ତୁ

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୨୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଠାଇନେଲା ପୋଲିସ

author img

By

Published : Feb 20, 2022, 9:23 PM IST

ଯାଜପୁର: ବିଞ୍ଝାରପୁର ନିର୍ବାଚନ ହିଂସା ଓ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୨୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଉଠାଇ ଆଣିଲା ବିଞ୍ଝାରପୁର ପୋଲିସ । ସୂଚନା ମୁତାବକ ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତର ବାମଦେବପୁର ଗାଁର ୨ ନମ୍ବର ବୁଥରେ ଜବରଦଖଲ ସମୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ସମୟରେ ତିନିଜଣ ସାମ୍ୱାଦିକ ନିଉଜ୍ ସଂଗ୍ରହ କରୁଥିଲେ ।

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୨୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଠାଇନେଲା ପୋଲିସ

ଏଥିରେ ଉତ୍ତ୍ୟକ୍ତ ଲୋକେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ଗାଡିକୁ ଭଙ୍ଗାରୁଜା କରିଛନ୍ତି । ତେବେ ଏହି ଘଟଣାକୁ ନେଉ ସମ୍ବାଦିକମାନେ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ । ତେବେ ଏସପି ରାହୁଲ ପିଆର ଏହି ଘଟଣାକୁ ଗୁରୁତର ସହିତ ଗ୍ରହଣ କରି ବାଛୋଳ ଗାଁରେ ଚଢ଼ାଉ କରି ୨୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷଙ୍କୁ ଉଠାଇ ଆଣିଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.