ଯାଜପୁର: ବିଞ୍ଝାରପୁରରେ ଭାରତ ବନ୍ଦର ପ୍ରଭାବ । ଦେଶର ବିଭିନ୍ନ କୋଣ ଅନୁକୋଣରେ ସିଏଏ ଏବଂ ଏନଆରସିକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ଯାଜପୁର ଜିଲାର ବିଞ୍ଝାରପୁର ଅଞ୍ଚଳରେ ଦେଖିବାକୁ ମିଳିଛି ।
ବୁଧବାର ବିଞ୍ଝାରପୁରର ସିଟିଜେନ ଫୋରମର ସଦସ୍ୟମାନେ ରାସ୍ତାରେ ବସି ରହି ବିରୋଧ ପ୍ରଦର୍ଶନ କରିଥିଲେ । ସିଏଏ ଏବଂ ଏନଆରସି ନହଟାଇବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ