ETV Bharat / state

ପ୍ରହସନ ପାଲଟିଛି ଆବାସ ଯୋଜନା, ପଲିଥିନ ତଳେ ବିତୁଛି ଜୀବନ - ଯାଜପୁରରେ ବାଟ ହୁଡ଼ିଛି ଆବାସ ଯୋଜନା

ଯାଜପୁର ଜିଲ୍ଲା କୋରେଇ ବ୍ଲକର ଏକାଧିକ ପଞ୍ଚାୟତରେ ଆବାସ ଯୋଜନା ପାଲଟିଛି ପ୍ରହସନ । ପଲିଥିନ ତଳେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଅନେକ ଯୋଗ୍ୟ ହିତାଧିକାରୀ । ତଦନ୍ତ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି କୋରେଇ ବିଡିଓ । ଅଧିକ ପଢ଼ନ୍ତୁ

ପ୍ରହସନ ପାଲଟିଛି ଆବାସ ଯୋଜନା, ପଲିଥିନ ତଳେ ବିତୁଛି ହିତାଧୀକାରୀଙ୍କ ଜୀବନ

author img

By

Published : Oct 19, 2022, 9:40 PM IST

ଯାଜପୁର: କୋରେଇ ବ୍ଲକର ଏକାଧିକ ପଞ୍ଚାୟତରେ ଆବାସ ଯୋଜନା ପାଲଟିଛି ପ୍ରହସନ । କିଛି ପଞ୍ଚାୟତରେ ଏବେବି ଅନେକ ଗରିବ ଅସହାୟଙ୍କ ଦିନ ପଲିଥିନ ତଳେ ବିତୁଛି । ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଅନେକ ଯୋଗ୍ୟ ହିତାଧିକାରୀ । ଯାହାକୁ ଗୁହାରି କଲେ ମଧ୍ୟ କେହି ଶୁଣୁ ନାହାନ୍ତି l ସେପଟେ ଏ ସମ୍ପର୍କରେ କୋରେଇ ବିଡ଼ିଓଙ୍କୁ ପଚାରିବାରୁ ସେ କହିଛନ୍ତି ତଦନ୍ତ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ।

ପ୍ରହସନ ପାଲଟିଛି ଆବାସ ଯୋଜନା, ପଲିଥିନ ତଳେ ବିତୁଛି ହିତାଧୀକାରୀଙ୍କ ଜୀବନ

ପ୍ରହସନ ପାଲଟିଛି ଆବାସ ଯୋଜନା

''ମୁଣ୍ଡ ଉପରେ ଛାତ ଘର, ଖରା ବରଷାକୁ ନାହିଁ ଡର'' ସରକାରଙ୍କ ଏହି ନାରା ଏବେ ପାଣିର ଗାର ସଦୃଶ । ଯାଜପୁର ଜିଲ୍ଲା କୋରାଇ ବ୍ଲକର ଏକାଧିକ ପଞ୍ଚାୟତରେ ଦେଖାଦେଇଛି ଏଭଳି ବ୍ୟତିକ୍ରମ । ଏହି ବ୍ଲକର ଅମୃତିଆ, ବଡବିରୁହାଁ ଭଳି ପଞ୍ଚାୟତରେ ଏମିତି ଅନେକ ଗରିବ ଶ୍ରେଣୀର ଅସହାୟ ପରିବାର ଅଛନ୍ତି ଯେଉଁମାନଙ୍କର ଘର ନାହିଁ, ଚୁଲି ନାହିଁ କି ଚାଳ ନାହିଁ । ଏମାନେ ଯୋଗ୍ୟ ହିତାଧିକାରୀ ଭାବେ ବିବେଚିତ ହୋଇଥିଲେ ହେଁ ସେମାନଙ୍କୁ ମିଳିପାରିନି ଆବାସ ଯୋଜନା ଘର ।

ହିତାଧିକାରୀଙ୍କ ପାଇଁ ଯୋଜନା ସାତ ସପନ

ଅମୃତିଆ ପଞ୍ଚାୟତ ଅଧୀନ ହଟସାହିର ଏହି ଦଳିତ ପରିବାରମାନେ ଭଙ୍ଗା ଦଦରା ଘରେ ପଲିଥିନ ଟାଙ୍ଗି ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ପର ଘରେ ମୁଲ ଲାଗି ପରିବାର ପ୍ରତିପୋଷଣ କରିବା ସହ ଘର ତିଆରି କରି ବସାବାନ୍ଧିବା ସେମାନଙ୍କ ପାଇଁ ସାତ ସପନ । ସେମାନଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି ।

ସେପଟେ ବଡବିରୁହାଁର ପ୍ରଦୀପ ମହାପାତ୍ରଙ୍କ ଘରଟି ଗତ ଲଘୁଚାପ ବର୍ଷାରେ ସମ୍ପୂର୍ଣ ମାଟିରେ ମିଶିଯାଇଛି । ରୋଗୀଣା ସ୍ତ୍ରୀକୁ ନେଇ ପଡିଶା ଘରେ ଆଶ୍ରୟ ନେଇଛନ୍ତି ପ୍ରଦୀପ । ବର୍ଷା ହେଲେ ସେ ଘରେ ବି ରହିବା ନିରାପଦ ନୁହେଁ । ମୁଲଲାଗି ଯାହା ଦୁଇ ପଇସା ଆଣନ୍ତି ସେଥିରେ ଖାଇବା ପାଇଁ ହୁଏନି । ତା ସାଙ୍ଗକୁ ରୋଗୀଣା ସ୍ତ୍ରୀର ଚିକିତ୍ସା ଖର୍ଚ୍ଚର ବୋଝ । ଏଭଳି ସ୍ଥିତିରେ ଘର କରିବା କଥା ନ ଭାବିବା ଭଲ । ନେତାଙ୍କ ଠାରୁ ପ୍ରଶାସନ ଯାଏଁ ଅନେକ ଜାଗାରେ ଗୁହାରୀ କରିଲେ ମଧ୍ୟ ପ୍ରତିଶ୍ରୁତି ଛଡ଼ା ଅନ୍ୟ କିଛି ମିଳୁନି ।

"ତଦନ୍ତ ପରେ ମିଳିବ ଘର"

ଯାଜପୁର ଜିଲ୍ଲା କୋରେଇ ବ୍ଲକର କେବଳ ବଡବିରୁହାଁ କିମ୍ବା ଅମୃତିଆ ପଞ୍ଚାୟତ ନୁହେଁ, ପ୍ରାୟ 3-4ଟି ପଞ୍ଚାୟତରେ ଆବାସ ଯୋଜନା ସମ୍ପୂର୍ଣ୍ଣ ଫେଲ୍ ମାରିଛି । ସେପଟେ ଏଭଳି ଅଭିଯୋଗ ଗୁଡିକର ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି କୋରେଇ ବିଡିଓ । ତେବେ ପ୍ରଶାସନ କେବେ ଏଭଳି ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.