ETV Bharat / state

ବୀଣାପାଣି ପଣ୍ଡାଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ରଖିଲେ ପ୍ରଥମ ପ୍ରତିକ୍ରିୟା - ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର

ସାହିତ୍ୟ ରଚନା କ୍ଷେତ୍ରରେ ଦୀର୍ଘ ବର୍ଷର ଦକ୍ଷତା ପାଇଁ ଶୁକ୍ରବାର ଘୋଷଣା ହୋଇଥିବା ରାଜ୍ୟ ସାହିତ୍ୟ ଏକାଡମୀ ପୁରସ୍କାରରେ ସାମିଲ ଅଛନ୍ତି ବୀଣାପାଣି ପଣ୍ଡା । କବିତା ସଂକଳନ ଗୋଧୂଳି ଗୀତ ପାଇଁ ବୀଣାପାଣିଙ୍କୁ ମିଳିବ ଏହି ସମ୍ମାନ ଜନକ ପୁରସ୍କାର । ତେବେ ଏନେଇ କ’ଣ କହୁଛନ୍ତି ବୀଣାପାଣି ?

ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବୀଣାପାଣି ପଣ୍ଡା, ରଖିଲେ ପ୍ରଥମ ପ୍ରତିକ୍ରିୟା

author img

By

Published : Jul 10, 2020, 10:23 PM IST

Updated : Jul 10, 2020, 10:47 PM IST

ଯାଜପୁର: କବିତା ସଂକଳନ ଗୋଧୂଳି ଗୀତ ପାଇଁ ବୀଣାପାଣି ପଣ୍ଡାଙ୍କୁ ମିଳିବ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର । ଯାଜପୁର ଟାଉନ ଅଞ୍ଚଳର ବୀଣାପାଣି ଦୀର୍ଘ ବର୍ଷ ଧରି ସାହିତ୍ୟ ରଚନା କରି ଅନେକ ପ୍ରଶଂସା ସାଉଁଟି ପାରିଛନ୍ତି । ପୂର୍ବରୁ ସେ ନିଜ ନିଜ ଆକାଶ, କିଛି ବ୍ୟଥା କିଛି ନୀରବତା, କାକର ବୁନ୍ଦାରେ ସୂର୍ଯ୍ୟ, ଆଦି ଏକାଧିକ କବିତା ସଂକଳନ ରଚନା କରି ସାହିତ୍ୟିକ ମହଲରେ ପରିଚିତ ହୋଇପାରିଛନ୍ତି ।

ବୀଣାପାଣି ପଣ୍ଡାଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ରଖିଲେ ପ୍ରଥମ ପ୍ରତିକ୍ରିୟା

ଏଥିପାଇଁ ତାଙ୍କୁ ଓଡିଶା ଲେଖିକା ସଂସଦ ପୁରସ୍କାର, ସୁଚାରିତା ପୁରସ୍କାର,କାଦମ୍ବିନୀ ପୁରସ୍କାର ଭଳି ଅନେକ ମର୍ଯ୍ୟାଦା ଜନକ ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ସ୍ୱୀକୃତି ମିଳିଛି । ଶୁକ୍ରବାର ବୀଣାପାଣିଙ୍କ ନାଁ ଘୋଷଣା ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

ଶୁକ୍ରବାର ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ 2015-16 ବର୍ଷ ପାଇଁ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ତାଲିକା ଘୋଷଣା ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Jul 10, 2020, 10:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.