ETV Bharat / state

ପବିତ୍ର ବାରୁଣୀ ସ୍ନାନ, ବୈତରଣୀରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ - ପବିତ୍ର ବାରୁଣୀ ସ୍ନାନ

ପୂଣ୍ୟତୋୟା ବୈତରଣୀ ନଦୀରେ ଆରମ୍ଭ ହୋଇଯାଇଛି ବାରୁଣୀ ବୁଡ଼ । ଯାଜପୁରର ଦଶାଶ୍ୱମେଧ ଘାଟରେ ଲକ୍ଷାଧିକ ଭକ୍ତ ବାରୁଣୀ ସ୍ନାନ କରିଛନ୍ତି । ଅଧିକ ପଢ଼ନ୍ତୁ

baruni snana festival
baruni snana festival
author img

By

Published : Mar 19, 2023, 7:49 PM IST

ବୈତରଣୀରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

ଯାଜପୁର: କରୋନା କଟକଣାର ତିନି ବର୍ଷର ବିରତି ପରେ ଚଳିତ ବର୍ଷ ପୂଣ୍ୟତୋୟା ବୈତରଣୀ ନଦୀରେ ବାରୁଣୀ ବୁଡ଼ ଅନୁଷ୍ଠିତ ହୋଇଛି । ଯାଜପୁରର ଦଶାଶ୍ୱମେଧ ଘାଟରେ ଲକ୍ଷାଧିକ ଭକ୍ତ ବାରୁଣୀ ସ୍ନାନ କରିଛନ୍ତି । ବୈତରଣୀ ନଦୀ କୂଳରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ । ପ୍ରସିଦ୍ଧ ବାରୁଣୀ ସ୍ନାନ ପାଇଁ ଜିଲ୍ଳା ତଥା ଜିଲ୍ଲା ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଏହି ଅବସରରେ ଅନୁଷ୍ଠିତ ମେଳା ଆସନ୍ତା ୭ ଦିନ ଧରି ଚାଲିବ । ଏଥିପାଇଁ ଯାଜପୁର ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ବନ୍ଦବୋସ୍ତ କରାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ପୁରାଣରେ ବିଶ୍ୱାସ ରହିଛି ପୂଣ୍ୟତୋୟା ବୈତରଣୀ ଗଙ୍ଗା ନଦୀଠାରୁ 12 ବର୍ଷ ବଡ଼ । ସେଥିପାଇଁ ପ୍ରତିବର୍ଷ ଆଜିର ଦିନରେ ଏଠାରେ ସ୍ନାନ କରିବା ସହିତ ବୁଡ଼ ପକାଇଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ଅଛି । ଏହି ପରିପ୍ରେକ୍ଷୀରେ ବୈତରଣୀ ନଦୀ କୂଳ ଲୋକାରଣ୍ୟ ହୋଇଉଠିଛି । ଭକ୍ତମାନେ ନଦୀରେ ପବିତ୍ର ସ୍ନାନ ଓ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । ଶାସ୍ତ୍ରୀୟ ମତ ଅନୁସାରେ, ବୈତରଣୀରେ ଯୋଗସ୍ନାନ, ପିଣ୍ଡଦାନ ଓ ଗୋଦାନ ପ୍ରଭୃତି କରାଯାଏ । ଗଙ୍ଗା ନଦୀ ପରି ଏହି ନଦୀରେ ପ୍ରତିବର୍ଷ ଚୈତ୍ର ମାସ ତ୍ରୟୋଦଶୀ ତିଥି ଶତ ଭିକ୍ଷା ନକ୍ଷତ୍ର ତିଥିରେ ପବିତ୍ର ଯୋଗସ୍ନାନ କରାଯାଏ । ବିଶ୍ୱାସ ରହିଛି ଏହି ପବିତ୍ର ଦିନରେ ପୂର୍ବ ପୁରୁଷମାନେ ଆସି ପିଣ୍ଡ ପାଇବା ପାଇଁ ବୈତରଣୀ ନଦୀ କୂଳରେ ଅପେକ୍ଷା କରିଥାନ୍ତି । ସେଥିପାଇଁ ପୂର୍ବପୁରୁଷଙ୍କୁ ପିଣ୍ଡଦାନ ପାଇଁ ବିଶେଷ ଭିଡ ହୋଇଥାଏ । ବାରୁଣୀ ସ୍ନାନ ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ସ୍ନାନ ସାରିବା ପରେ ମା ବିରଜାଙ୍କ ଦର୍ଶନ କରି କୃପା ଭିକ୍ଷା କରନ୍ତି ।

କୋଭିଡ ପାଇଁ ଗତ ୩ ବର୍ଷ ଧରି ଏଠାରେ ବାରୁଣୀ ବୁଡ଼ ବନ୍ଦ ରହିଥିଲା । କିନ୍ତୁ ଚଳିତବର୍ଷ କୌଣସି କଟକଣା ନଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ବୁଡ଼ ଓ ସ୍ନାନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହି ଅବସରରେ ଯାଜପୁର ପୌର ପ୍ରଶାସନ ପକ୍ଷରୁ ବିରାଟ ମେଳାର ମଧ୍ୟ ଆୟୋଜନ ହୋଇଛି । ଆସନ୍ତା ୭ ଦିନ ଧରି ଏହି ମେଳା ଚାଲିବ । ଉଭୟ ମେଳା ଓ ବାରୁଣୀ ସ୍ନାନ ପାଇଁ ହେଉଥିବା ଭିଡକୁ ଲକ୍ଷ୍ୟ କରି ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ଗାଡି ମୋଟରକୁ ଯାଞ୍ଚ କରାଯିବା ସହିତ ପକେଟ ମାର ଓ ମଦ୍ୟପଙ୍କୁ ଧରିବା ପାଇଁ ସାଧା ପୋଷାକରେ ପୋଲିସ ମୁତୟନ ହୋଇଛନ୍ତି । ଯାଜପୁର ପୌରପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ବୁଡ଼ ଏବଂ ପିଣ୍ଡଦାନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.