ETV Bharat / state

ଆଜି ହେଉଛି ସୁନିଆଁ, ଆରମ୍ଭ ହେଲା ମାଆ ବିରଜାଙ୍କ ବନଜାଗ ଯାତ୍ରା

ପବିତ୍ର ସୁନିଆଁରୁ ଆରମ୍ଭ ହୋଇଛି ମା’ ବିରଜାଙ୍କ ଶାରଦୀୟ ପୂଜା । ଏନେଇ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ତଥା ବିଲ୍ବ ବରୁଣ ପୂଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

ଆଜି ହେଉଛି ସୁନିଆଁ, ଆରମ୍ଭ ହେଲା ମା ବିରଜାଙ୍କ ବନଜାଗ ଯାତ୍ରା

author img

By

Published : Sep 7, 2022, 10:43 PM IST

ଯାଜପୁର: ଆଜି ହେଉଛି ପବତ୍ର ସୁନିଆଁ । ଆଜିଠାରୁ ଆରମ୍ଭ ହୋଇଛି ମା ବିରଜାଙ୍କ ଶାରଦୀୟ ପୂଜା । ଅପରାହ୍ନରେ ମାଙ୍କ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ତଥା ବିଲ୍ୱବରଣ ପୂଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଆଜି ହେଉଛି ସୁନିଆଁ, ଆରମ୍ଭ ହେଲା ମା ବିରଜାଙ୍କ ବନଜାଗ ଯାତ୍ରା

ପରମ୍ପରା ଅନୁଯାୟୀ ପବିତ୍ର ସୁନିଆଁରୁ ଆରମ୍ଭ ହୋଇଛି ମା ବିରଜାଙ୍କ ଶାରଦୀୟ ପୂଜା । ଅପରାହ୍ନରେ ମାଙ୍କର ରଥ ନିର୍ମାଣ ପାଇଁ କାଠସଂଗ୍ରହ କାର୍ଯ୍ୟକ୍ରମ ରହିଥିବା ବେଳେ ବିଲ୍ବବରଣ ପୂଜା ଲାଗି ବନଜାଗ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଛି । ତେବେ ଏହି ଅବସରରେ ଠାକୁରାଣୀଙ୍କ ପାଖରେ ନବାଙ୍କ ପୂଜା କରାଯାଇ ସାରଣୀ ଲେଖା ଅନୁସାରେ ଷୋଡଶ ଉପଚାର ଲାଗି ନିୟୋଜିତ ସେବାୟତ ମାନଙ୍କୁ ବରଣୀ କରାଯାଇଛି । ସନ୍ଧ୍ୟାରେ ବଳି ମଣ୍ଡପରେ ବିଧି ମୂତାବକ ଦେବୀ ସାବିତ୍ରୀ ଓ ସରସ୍ବତୀଙ୍କୁ ଆହ୍ବାନ କରି ପୁଜା ଅନୁଷ୍ଠିତ ହୋଇଛି । ତେବେ ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି ।

ଏନେଇ ମୁକ୍ତିମଣ୍ଡପ ସେବାୟତ ପରିଷଦର ସଭାପତି ଦେବୀ ପ୍ରସାଦ ପାଣି କହିଛନ୍ତି, "ଦୀର୍ଘ ଦୁଇ ବର୍ଷ କୋରୋନା କଟକଣା ରହିଥିବାରୁ ପୂଜାରେ ଭକ୍ତମାନେ ମାଙ୍କ ଯାତ୍ରାରେ ସାମିଲ ହୋଇପାରୁନଥିଲେ । ତେବେ ଏବର୍ଷ ଭକ୍ତମାନେ ସାମିଲ ହେଉଥିବାରୁ ସମସ୍ତେ ଉତ୍ସାହିତ ଅଛୁ । ତେବେ ସୁନିଆଁ ଅବସରରେ ମା ବିରଜାଙ୍କ ଶାରଦୀୟ ପୂଜା ପାଇଁ ସାରଣୀ ପ୍ରସ୍ତୁତ ହୋଇଛି । ସେହି ଅନୁସାରେ ପୂଜାବିଧି ଅନୁଷ୍ଠିତ ହେବ । ତେବେ ପରମ୍ପରା ଅନୁସାରେ ବନଜାଗ ଯାତ୍ରାରେ ଯାଇ ଏକ ଅକ୍ଷତ ବେଲ ଗଛର ଡାଳ ସଂଗ୍ରହ କରାଯିବ । ମାଙ୍କ ରଥ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ସେହି ଡାଳକୁ ସେହି ରଥରେ ସଂଯୋଗ କରାଯିବ ।"

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.