ETV Bharat / state

ପୁଣି ବୈତରଣୀରେ ବନ୍ୟା, ୧୦୦ରୁ ଉର୍ଦ୍ଧ୍ବ ଗ୍ରାମରେ ପଶିଲା ବନ୍ୟାଜଳ - ବୈତରଣୀ ନଦୀରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି

ବୈତରଣୀ ନଦୀରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଶାଖା କାଣୀ ନଦୀର ବ୍ରହ୍ମଚାରୀ ପାଟଣାରେ ମରାମତି ହୋଇଥିବା ଘାଇ ସ୍ଥାନରେ ପୁଣି 20 ଫୁଟର ଘାଇ ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ

villages of jajpur affected due to flood at baitarani river
ପୁଣି ବୈତରଣୀରେ ବନ୍ୟା, ୧୦୦ରୁ ଉର୍ଦ୍ଧ୍ବ ଗ୍ରାମରେ ପଶିଲା ବନ୍ୟାଜଳ
author img

By

Published : Aug 21, 2022, 10:32 PM IST

ଯାଜପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ପୁଣି ବନ୍ୟା ପରିସ୍ଥିତି (flood in Baitarani river) ସୃଷ୍ଟି ହୋଇଛି । ଫଳରେ ଯାଜପୁର ଜିଲ୍ଲାର ଦଶରଥପୁର, ଯାଜପୁର ଓ କୋରେଇ ବ୍ଲକ ପ୍ରଭାବିତ ହୋଇଛି । ତଳିଆ ଅଞ୍ଚଳରେ ବନ୍ୟାପାଣି ପଶି ଜଳବନ୍ଦୀ ସମସ୍ୟା (Water logging in Jajpur) ଦେଖାଦେଇଛି । ଫଳରେ ଲୋକଙ୍କ ଦୁର୍ଦ୍ଦଶା ଦ୍ବିଗୁଣିତ ବଢ଼ିଛି ।

ପୁଣି ବୈତରଣୀରେ ବନ୍ୟା

ବୈତରଣୀର ଶାଖା ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇ ବିଭିନ୍ନ ଅଞ୍ଚଳକୁ ବନ୍ୟାଜଳ ପ୍ରବେଶ କରିଛି । ଆଖୁଆପଦା,ବଲ୍ଳଭିଘାଟ ଓ ଦଶରଥପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବୈତରଣୀର ଶାଖା କାଣୀ ନଦୀର ବ୍ରହ୍ମଚାରୀ ପାଟଣାରେ ମରାମତି ହୋଇଥିବା ଘାଇ ସ୍ଥାନରେ ପୁଣି 20 ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଦଶରଥପୁର ବ୍ଲକ କସପା, ମଲ୍ଲିକାପୁର ଓ ଦୁଦୁରାଅନ୍ତା ସମେତ 10ଟି ପଞ୍ଚାୟତର 100ରୁ ଉର୍ଦ୍ଧ୍ବ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି । ପ୍ରଥମ ବନ୍ୟାର ଦୁଃଖ ନ ଯାଉଣୁ ଦ୍ବିତୀୟ ଥର ପାଇଁ ବନ୍ୟାର ସାମ୍ନା କରିଛନ୍ତି ଅଞ୍ଚଳବାସୀ ।

ଏନେଇ ଅଞ୍ଚଳବାସୀ କହିଛନ୍ତି, "ବନ୍ୟା ଯୋଗୁଁ ଲୋକେ ଅନେକ ସମସ୍ୟା ଭୋଗୁଛନ୍ତି । ବର୍ଷା ପୂର୍ବରୁ ସ୍ଥାୟୀ ମରାମତିର ଆବଶ୍ୟକତା ରହିଛି । ତରବରିଆ ଭାବେ କାମଚରା ମରାମତି କରାଯିବାରୁ ଏଭଳି ସମସ୍ୟା ଉପୁଜୁଛି । କାଣୀ ନଦୀରେଏକ ସ୍ବିଚ କେନାଲ ତିଆରି କରିବା ପାଇଁ ଦୀର୍ଘ ଦିନରୁ ଗ୍ରାମବାସୀ ଦାବି କରି ଆସୁଛନ୍ତି । ମୁହାଣ ମୁକୁଳା ରହିବା ହେତୁ ବନ୍ୟାଜଳ ବନ୍ଧ ଭାଙ୍ଗି ଗ୍ରାମରେ ପ୍ରବେଶ କରୁଛି ।" ସେପଟେ ଯାଜପୁର ବିଧାୟକ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି । ବନ୍ୟା ବିପନ୍ନମାନଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ବିପନ୍ନମାନେ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଥିବା ବେଳେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଉପରମୁଣ୍ଡରେ ପ୍ରବଳ ବର୍ଷା, ବୈତରଣୀରେ ବନ୍ୟା ପରିସ୍ଥିତି

ବନ୍ୟା ସମ୍ପୂର୍ଣ୍ଣ ଛାଡିବା ପରେ କ୍ଷୟକ୍ଷତିର ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ବନ୍ୟା ଜଳରେ ଏକର ଏକର ଚାଷ ଜମି ବୁଡି ରହିଛି । ବୈତରଣୀରେ ବନ୍ୟା ଏବଂ ଏହାର ଶାଖା କାଣୀ ନଦୀର ସୃଷ୍ଟି ହୋଇଥିବା ଘାଇ ଯୋଗୁଁ ବ୍ଳକର 10ରୁ ଊର୍ଦ୍ଧ୍ବ ପଞ୍ଚାୟତବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି । ତେବେ ଘାଇ ମୁହଁ ମୁକୁଳା ଥିବାରୁ ପାଣିପାଗ ବିଭାଗର ପୂର୍ବନୁମାନକୁ ନେଇ ଭୟଭୀତ ଅଛନ୍ତି ଅଞ୍ଚଳବାସୀ । ସେପଟେ ବନ୍ୟା ଜନିତ କ୍ଷୟକ୍ଷତିର ଭରଣା ପାଇଁ ତୁରନ୍ତ ବନ୍ଦୋବସ୍ତ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.