ଯାଜପୁର: ଇଂଜିନିୟରିଂ ଛାତ୍ର ପ୍ରସ୍ତୁତ କଲେ ଅଟୋମେଟିକ ହ୍ୟାଣ୍ଡ ସାନିଟାଇଜର ଡିସପେନ୍ସର ବା ବିନା ଟଚରେ ହାତକୁ କରିହେବ ସାନିଟାଇଜ୍ । ଏଥିପାଇଁ କୌଣସି ସାନିଟାଇଜର ହାତରେ ଆଣି ଲଗାଇବାକୁ ପଡିବନି । କେବଳ ମେସିନ ଆଗରେ ହାତ ଦେଖାଇଲେ ହାତରେ ପଡିବ ସାନିଟାଇଜର । ଏପରି ଏକ ମେସିନ ତିଆରି କରିଛନ୍ତି ଯାଜପୁର ପୌରାଚଂଳ ଅଧିନ ଶ୍ରୀରାମପୁର ଅଂଚଳର କୈବଲ୍ୟ ପାଣିଗ୍ରାହୀ ।
ସୂଚନାଥାଉକି ଗୁଣୁପୁରସ୍ଥିତ ଜିଆଇଇଟିରେ ଇଲେଟ୍ରିକାଲ୍ ଇଂଜିନିୟରିଂ ପଢ଼ୁଥିବା କୈବଲ୍ୟ ଲକଡାଉନ ସମୟରେ ଏକ ଗ୍ରୋସରୀ ଦୋକାନକୁ ଯାଇ ସେଠାରେ ଗୋଟିଏ ସାନିଟାଇଜରକୁ ସମସ୍ତେ ହାତରେ ଧରି ଲଗାଉଥିବା ଦେଖିବାକୁ ପାଇଥିଲେ । ଏହାକୁ ଛୁଇଁକି ବ୍ୟବହାର କଲେ ରୋଗ ବ୍ୟାପିବାର ଭୟ ରହିଥିବାରୁ କୈବଲ୍ୟ ବିନା ଟଚରେ କିପରି ହାତ ସାନିଟାଇଜ କରିହେବ ସେ ନେଇ ଚିନ୍ତା କରି ଅନଲାଇନରେ ସାମଗ୍ରୀ ମଗାଇ ଅଟୋମେଟିକ୍ ହ୍ୟାଣ୍ଡ ସାନିଟାଇଜର ତିଆରି କରିବାରେ ସଫଳ ହୋଇଛନ୍ତି । କୋରୋନା ମହାମାରୀକୁ ପ୍ରତିହତ କରିବାକୁ ସରକାର ସମସ୍ତ ଜାରି ରଖିଥିବା ବେଳେ କୈବଲ୍ୟଙ୍କ ଏଭଳି ପ୍ରଚେଷ୍ଟା ଆଗକୁ ନିଶ୍ଚିତ ଭାବେ ଏକ ଯୁଗନ୍ତକାରୀ ପଦକ୍ଷେପ ହେବ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ