ETV Bharat / state

ଅଟୋ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ଯାଜପୁର ରୋଡ ଥାନା ନହକା ବାଇପାସ ନିକଟରେ ଅଟୋ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

author img

By

Published : Dec 10, 2021, 7:53 PM IST

ଅଟୋ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ
ଅଟୋ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ଯାଜପୁର: ଯାଜପୁର ରୋଡ ଥାନା ନହକା ବାଇପାସ ନିକଟରେ ଅଘଟଣ । ଘର ଭିତରୁ ଅଟୋ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ମୁତାବକ ଗତ କିଛିଦିନ ହେବ ତଲୁରୀ ଗାଁର ଘଣ୍ଟେଶ୍ବର ମଲ୍ଲିକ ନହକା ଅଞ୍ଚଳରେ ନିଜର ସମ୍ପର୍କୀୟ ଭଉଣୀ ଘରେ ରହି ଅଟୋ ଚଳାଇ ନିଜର ପରିବାର ପ୍ରତିପୋଷଣ କରନ୍ତି । ସେ ପ୍ରତ୍ୟକ ଦିନ ପରି ଗତକାଲି(ଗୁରୁବାର) ରାତିରେ କାମ ସାରି ଆସି ଖାଇପିଇ ଶୋଇଥିଲେ । ମାତ୍ର ଆଜି ସକାଳୁ ଦୀର୍ଘ ସମୟ ଧରି ନଉଠିବାରୁ ନିକ ସମ୍ପର୍କୀୟ ଭଉଣୀ ଘର କବାଟ ବାଡେଇ ଡାକିଥିଲେ । ହେଲେ ସେ କୌଣସି ପତିକ୍ରିୟା ଦେଇନଥିଲେ ।

ତାଙ୍କ ଭଉଣୀ ଝରକା ଖୋଲି ଦେଖିବାରୁ ଘଣ୍ଟେଶ୍ବରଙ୍କର ମୃତଦେହ ତଳେ ପଡିଥିବା ଦେଖିବାକୁ ପାଇଥିଲେ । ଏଥିସହିତ ମୃତ୍ୟୁ ଖବର ସ୍ଥାନୀୟ ପୋଲିସକୁ ଦେଇଥିଲେ । ତେବେ ଘଣ୍ଟେଶ୍ବରଙ୍କ ମୃତଦେହ କେମିତି ତଳେ ପଡ଼ିଲା ଆଉ କିଭଳି ମୃତ୍ୟୁ ହେଲା ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ।

ସେପଟେ ଘଣ୍ଟେଶ୍ବରଙ୍କ ପରିବାର ପକ୍ଷରୁ ଏତଲା ପରେ ଯାଜପୁର ରୋଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁର କାରଣ ତଦନ୍ତ କରିବା ସହିତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.