ଯାଜପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ମହିଳା ତାଙ୍କ ପୁଅକୁ ଆକ୍ରମଣ ଘଟଣାରେ ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ସୁମିତ୍ରା ଜେନା । ଯାଜପୁର ଜିଲ୍ଲା ସୁକିନ୍ଦା ବରଡି ଗାଁରେ ଘଟିଛି ଏପରି ଘଟଣା ।
ସୂଚନାଅନୁସାରେ,ସୁମିତ୍ରା ଜେନାଙ୍କ ପୁଅ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେହି ଗାଁର ସୁବଳ ମଲିକ, କାହ୍ନୁ ଚରଣ ମଲିକ ଓ ଗୁଣ୍ଡିଚା ମଲିକ ପୂର୍ବଶତ୍ରୁତା ନେଇ ସୁମିତ୍ରାଙ୍କ ପୁଅକୁ ଗାଳିଗୁଲଜ କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ । ନିଜ ଜୀବନ ବଞ୍ଚାଇ କୌଶଳ କ୍ରମେ ସୁମିତ୍ରାଙ୍କ ପୁଅ ସେଠୁ ଖସି ପଳାଇ ଆସିଥିଲେ । ଏହା ପୂର୍ବରୁ ମଧ୍ୟ ସୁମିତ୍ରା ଓ ତାଙ୍କ ଝିଅ ଉପରକୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏପରି ହୋଇଥିବା ସୁକିନ୍ଦା ଥାନାରେ ଅଭିଯୋଗ କରିଥିଲେ ସୁମିତ୍ରା । ମାତ୍ର ସୁକିନ୍ଦା ପୋଲିସର ପକ୍ଷପାତିତା ଯୋଗୁଁ ନ୍ୟାୟ ମିଳୁନଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ସୁମିତ୍ରା । ସେପଟେ ନ୍ୟାୟ ପାଇଁ ସୁମିତ୍ରା ଓ ତାଙ୍କ ପୁଅ ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ଏସପି ରାହୁଲ ପିଆରଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ