ETV Bharat / state

କୋରେଇରେ ଅଶୋକଙ୍କ ଶକ୍ତି ପ୍ରଦର୍ଶନ - JAJPUR

ବିଧାନସଭା ନିର୍ବାଚନରେ ଦଳ ଅଶୋକଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଆଜି ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ଅଶୋକ କୋରେଇ ନିର୍ବାଚନ ମଣ୍ଡଳୀର ରସୁଲପୁର, ପାଣିକୋଇଲି ଦେଇ ବ୍ୟାସନଗରରେ ପହଞ୍ଚିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦାତା, ଯାଜପୁର
author img

By

Published : Apr 4, 2019, 5:32 PM IST

ଯାଜପୁର: ବିଧାନସଭା ନିର୍ବାଚନ ପାଇଁ ଗତ କିଛିଦିନ ଧରି ରାଜଧାନୀର ସବୁଦଳର କାର୍ଯ୍ୟାଳୟରେ ଟିକେଟ୍ କସରତ ଚାଲିଥିଲା । ଏବେ ପ୍ରାୟ ଟିକେଟ୍ କସରତ ସରିବା ପରେ ଟିକେଟ୍ ପାଇଥିବା ପ୍ରୀର୍ଥୀ ନିର୍ବାଚନ ମଣ୍ଡଳୀ ମୁହାଁ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ରାଜନୈତିକ ଜୀବନରେ ପ୍ରଥମ ଥର ନିର୍ବାଚନ ଲଢିବା ପାଇଁ ସୁଯୋଗ ପାଇଥିବା ବିଜେଡି ନେତା ତଥା କୋରେଇ ବିଧାନସଭା ପ୍ରାର୍ଥୀ ଅଶୋକ ବଳ ପ୍ରାର୍ଥୀ ଘୋଷିତ ହେବାପରେ ପ୍ରଥମ ଥର ବ୍ୟାସନଗର ସହରରେ ପହଞ୍ଚିଥିଲେ । ଅଶୋକ ବଳ ଦୀର୍ଘ ଦିନ ଧରି ବିଜେଡି ରାଜନୀତିରେ ଅଛନ୍ତି । ସେ 2007 ମସିହାରେ ପ୍ରଥମ ଥର ଯାଜପୁର ଜିଲ୍ଲା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ହୋଇଥିଲେ । ଅନେକ ଦିନ ଧରି ବିଜେଡି ରାଜନୀତିରେ ରହିବାପରେ ଗତ 2017 ମସିହାରେ ବିଜେପିରେ ଯୋଗଦେଇଥିଲେ । କିନ୍ତୁ କିଛିଦିନ ପରେ ପୁଣି ବିଜେଡିକୁ ଫେରି ଆସି ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ଵ ତୁଲାଇଥିଲେ ।

ଚଳିତ ବିଧାନସଭା ନିର୍ବାଚନରେ ଦଳ ଅଶୋକଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଆଜି ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ଅଶୋକ କୋରେଇ ନିର୍ବାଚନ ମଣ୍ଡଳୀର ରସୁଲପୁର, ପାଣିକୋଇଲି ଦେଇ ବ୍ୟାସନଗର ରେ ପହଞ୍ଚିଥିଲେ ।

ବ୍ୟାସନଗରରେ ପହଞ୍ଚିବା ପରେ ଅଶୋକ କହିଛନ୍ତି ଏହି ନିର୍ବାଚନ ମଣ୍ଡଳୀ ହେଉଛି ଅଣକଂଗ୍ରସର ଗଡ ଏବଂ ଆଗାମୀ ଦିନରେ ଦଳ ପୁଣିଥରେ ବିଜୟ ଲାଭ କରିବ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଥମ ଥର ବିଜେଡି ଟିକେଟ ପାଇବା ପରେ ବ୍ୟାସନଗର ସହରରେ ପହଂଛିନ୍ତି ଅଶୋକ ବଳ। ପ୍ରଥମ ଛାତ୍ର ନେତା ରାଜନୀତିରେ ପାଦ ଥାପିଥିବା ଅଶୋକ ବଳଙ୍କୁ କୋରେଇ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି ବିଜେଡି। ପୂର୍ବତନ ମନ୍ତ୍ରୀ ତଥା ସାଂସଦ ସ୍ୱଗର୍ତ କଳ୍ପତୁରୁ ଦାସଙ୍କ ନେତୃତ୍ୱରେ ରାଜନୀତିରେ ପାଦ ଥାପିଥିଲେ ଅଶୋକ। 2007ରେ ସେ ଜିଲ୍ଲାପରିଷଦ ଉପାଧ୍ଯକ୍ଷ ହୋଇଥିଲେ। ଦୀର୍ଘଦିନ ବିଜେଡିର ରହିବା ପରେ 2017ରେ ବିଜେପି ରେ ସାମିଲ ହୋଇଥିଲେ। ତେବେ କିଛିଦିନ ତଳେ ସେ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପରେ ତାଙ୍କୁ ବିଜେଡି ର ସାଧାରଣ ସମ୍ପଦକ ପଦବୀ ସହିତ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷକ ଦାଇତ୍ଵ ଦିଆଯାଇଥିଲା। ତେବେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ନବୀନ ପଟ୍ଟନାୟକ।

Body:ସେ ବିଜେଡି ଟିକେଟ ପାଇ କୋରେଇ ନିର୍ବାଚନ ମଣ୍ଡଳୀ ର ରସୁଲପୁର, ପାଣିକୋଇଲି ଦେଇ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ଆସି ବ୍ୟାସନଗର ରେ ପହଂଚିଥିଲେ । ତେବେ ଅଶୋକ ବଳ ଗଣମାଧ୍ୟମଙ୍କୁ ତାଙ୍କର ପ୍ରଥମ ପତିକ୍ରିଆ ରେ କହିଛନ୍ତି କୋରେଇ ନିର୍ବାଚନ ମଣ୍ଡଳୀ ହେଉଛି ଅଣକଂଗ୍ରେସର ଗଡ଼ ଏଠାରେ ସବୁବେଳେ ବହୁ ଭୋଟରେ ବିଜେଡି ଜିତେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇର ବିକାଶ ପାଇଁ ସବୁବେଳେ ଚେଷ୍ଟା କରିଛନ୍ତି। ଆଉ ବିଜେଡି ଏଥର ନିଶ୍ଚିତ ବିଜୟ ଲାଭ କରିବ କୋରେଇ ନିର୍ବାଚନ ମଣ୍ଡଳୀନରେ। ଆଉ ସେହିପରି ବର୍ତ୍ତମାନର ବିଜେଡି ବିଧାୟକ ଆକାଶ ଦାସନାୟକଙ୍କ ଟିକେଟ କଟିବା ନେଇ ସେ କହିଛନ୍ତି ଆମେ ସମସ୍ତେ ବିଜୁ ପରିବାରର ଲୋକ ଦଳ ଯେତେବେ ଯାହାକୁ ଯେଉଁ ଦାଇତ୍ଵ ଦେବ ଆମେ ସମସ୍ତେ ମିଳିମିଶି କରିବୁ।
bite-ଅଶୋକ ବଳ, ବିଜେଡି ପ୍ରାର୍ଥୀ, କୋରେଇ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.