ETV Bharat / state

ଏଟିଏମ ଭାଙ୍ଗି ଲୁଟିନେଲେ 25 ଲକ୍ଷ ଟଙ୍କା - ଏଟିଏମ ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ

ଯାଜପୁରରେ ଏଟିଏମ ଭାଙ୍ଗି ଲୁଟି ନେଲେ 25 ଲକ୍ଷ ଟଙ୍କା । ଘଟଣାସ୍ଥଳରେ ଏସପି ମିନାଙ୍କ ତଦନ୍ତ ଜାରି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Oct 1, 2019, 1:10 PM IST

Updated : Oct 1, 2019, 7:11 PM IST

ଯାଜପୁର: ଟାଉନସ୍ଥିତ ଅମ୍ବିକାଇ ଛକରେ ଏଟିଏମ ଲୁଟ । ଷ୍ଟେଟ ବ୍ୟାଙ୍କ ଏଟିଏମ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମରେ ପଶି 25 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଅଭିଯୋଗମୁତାବକ, ସୋମବାର ଅପରାହ୍ନରେ ଏଟିଏମକୁ ଟଙ୍କା ଯୋଗାଣ କରୁଥିବା ସଂସ୍ଥାଟି 28 ଲକ୍ଷ ଟଙ୍କା ଏଟିଏମରେ ଭର୍ତ୍ତି କରିଥିଲେ । ସେଥିମଧ୍ୟରୁ 3 ଲକ୍ଷ ଟଙ୍କା ଗ୍ରାହକମାନେ ଉଠାଇଥିବା ବେଳେ ବାକି ୨୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟେରା ଲୁଟି ନେଇଛନ୍ତି । କୌଣସି ପେଶାଦାର ଅପରାଧି କଟର ସାହାଯ୍ୟରେ ଏଟିଏମ ମେସିନକୁ କାଟି ଟଙ୍କା ଟ୍ରେ ନେଇ ଫେରାର ହୋଇଯାଇଛି । ରାସ୍ତାକଡରେ ଥିବା ଏହି ଏଟିଏମ କାଉଣ୍ଟରରୁ ଦୁବୃର୍ତ୍ତମାନେ ଏଟିଏମ ଭିତରୁ ସଟର ବନ୍ଦ କରି ଅପରାଧ ଘଟାଇବାରେ ସକ୍ଷମ ହୋଇଛନ୍ତି ।

ସେପଟେ ଖବର ପାଇ ଯାଜପୁର ଏସପି ଚରଣ ସିଂ ମିନା ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । ଏହାର ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମର ସହାୟତା ଲୋଡିଛି ଯାଜପୁର ପୋଲିସ । ତେବେ ଏଟିଏମରେ କୌଣସି ସୁରକ୍ଷା କର୍ମୀ ରହୁନଥିବାରୁ ଏଭଳି ଅପରାଧ ବାରମ୍ବାର ହେଉଥିବା ଅଭିଯୋଗ ହୋଇଛି । ଖୁବ୍ ଶୀଘ୍ର ଏହାର ତଦନ୍ତ କରାଯାଇ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ଯାଜପୁର ଏସପି ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Big breking

ଯାଜପୁର ଟାଉନ ସ୍ଥିତ ଅମ୍ବିକାଇ ଛକରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟିନେଲେ ଲୁଟେରା ,ସୁଚନା ଅନୁଯାୟୀ ଟୋଟାଲ ୨୫,୨୭,୬୦୦ ଟଙ୍କା ଲୁଟ ହୋଇଛି , ଘଟଣା ସ୍ଥଳରେ ଯାଜପୁର ଏସ୍ପି ଚରଣ ସିଂ ମିନା ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛନ୍ତି।Body:NewsConclusion:
Last Updated : Oct 1, 2019, 7:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.