ETV Bharat / state

ଦେଶ ସେବା ପାଇଁ ଗର୍ବିତ ସିଂହାପୁର, ଶହୀଦ ହୋଇଛନ୍ତି ୩ ଯବାନ - ସ୍ୱାଧୀନତା ସଂଗ୍ରାମୀ ଭଗବାନ୍

ବୀର ଶହୀଦ ଯବନମାନଙ୍କୁ ଝୁରୁଛି ଗାଁ । ଶହୀଦଙ୍କୁ ମନେ ପକାଉଛନ୍ତି ପରିବାର ଓ ଗ୍ରାମବାସୀ । ଦେଶ ମାତୃକାର କଥା ଆସିଲେ ମନେ ପଡେ ସିଂହାପୁର ଗାଁର କଥା । ଅଧିକ ପଢ଼ନ୍ତୁ

ବୀର ଯବନମାନଙ୍କୁ ଝୁରୁଛି ଗାଁ
ବୀର ଯବନମାନଙ୍କୁ ଝୁରୁଛି ଗାଁ
author img

By

Published : May 13, 2023, 8:29 PM IST

ବୀର ଶହୀଦ ଯବନମାନଙ୍କୁ ଝୁରୁଛି ଗାଁ

ଯାଜପୁର: ଦେଶ ମାତୃକାର କଥା ଆସିଲେ ମନେ ପଡେ ସିଂହାପୁର ଗାଁର କଥା । ଆଜିବି ଏହି ଗାଁରୁ 30ରୁ ଉର୍ଦ୍ଧ୍ବ ଯବାନ ଏବେବି ସେନାବାହିନୀର ବିଭିନ୍ନ ବିଭାଗରେ ନିୟୋଜିତ ହେଇ ଦେଶମାତୃକା ପାଇଁ କାର୍ଯ୍ୟ କରୁଛନ୍ତି । ବିଗତ ବର୍ଷ ମଧରେ ଏହି ଗାଁର ତିନିଜଣ ଯବାନ ଦେଶମାତୃକା ପାଇଁ ଶହୀଦ୍ ହୋଇ ଜିଲ୍ଲାର ଟେକ ରଖିଛନ୍ତି । ଆଜିଯାଏ ଏହି ଶହୀଦ ବୀର ଯବାନଙ୍କ ସ୍ମୃତିରେ ଶହୀଦ୍ ପରିବାରଙ୍କ ଆଖିରୁ ଲୁହ ଶୁଖିନି । ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଦେଶସେବା ଓ ସୁରକ୍ଷା କ୍ଷେତ୍ରରେ ଏହି ଗାଁର ଅନେକ ମହତ୍ବପୂର୍ଣ୍ଣ ଅବଦାନ ରହିଛି । ଏହି ଗାଁଟି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକରେ ଅବସ୍ଥିତ ।

ସୈନିକଙ୍କ ଗାଁ: ସୈନିକଙ୍କ ଗାଁ ସିଂହାପୁର । ଯାଜପୁରର ନଦୀକୂଳିଆ ଅଞ୍ଚଳରେ ଥିବା ଏହି ଗାଁରେ ଲୋକମାନେ ଚାଷବାସ ଉପରେ ନିର୍ଭର କରନ୍ତି । ମାତ୍ର ଦେଶ ପାଇଁ ଜୀବନ ଦେବା କଥା ଆସିଲେ ଦେଶ ନିଜ ପ୍ରାଣବଳୀ ଦେବାକୁ ବି ପଛନ୍ତି ନାହିଁ । ଗାଁରୁ 30ରୁ ଊର୍ଦ୍ଧ୍ବ ଯବାନ ଏବେବି ସେନାବାହିନୀର ବିଭିନ୍ନ ବିଭାଗରେ ନିୟୋଜିତ ହୋଇ ଦେଶ ପାଇଁ କାର୍ଯ୍ୟ କରୁଛନ୍ତି । 23ବର୍ଷ ବୟସରେ 2005 ମସିହା ଅକ୍ଟୋବର 8ତାରିଖ ନାଗାଲାଣ୍ଡ ଠାରେ ଉଗ୍ରପନ୍ଥୀଙ୍କ ଗୁଳିରେ ଶହୀଦ ହୋଇଥିଲେ ଯବାନ ଅନିରୁଦ୍ଧ ବରାଳ । ସେହିପରି 17ଏପ୍ରିଲ 2016ମସିହାରେ ଦାର୍ଜିଲିଂ ପାହାଡରୁ କ୍ୟାମ୍ପ ଗାଡି ହଜାର ଫୁଟ୍ ତଳକୁ ଖସିପଡି ଶହୀଦ ହୋଇଯାଇଥିଲେ ବୀର ଯବାନ ନାରାୟଣ ଚନ୍ଦ୍ର ପ୍ରଧାନ । ଦେବେନ୍ଦ୍ର ମଲ୍ଲିକ ନାମକ ଆଉଜଣେ ବୀର ମଧ୍ୟ ଶହୀଦ ହୋଇ ଅମର ହୋଇ ରହିଛନ୍ତି । ଆଜି ବି ସେହି ଶହୀଦମାନଙ୍କୁ ଝୁରୁଛି ସିଂହାପୁର ମାଟି, ଆଉ ଝୁରନ୍ତି ସିଂହାପୁର ବାସୀ ଓ ପରିବାର । ଅଗଷ୍ଟ, 26ଜାନୁଆରୀ, କିମ୍ବା ଜନ୍ମଦିନ ଓ ତିରୋଧାନ ଦିବସରେ ଏହି ଶହୀଦ ଯବାନମାନଙ୍କୁ ମନେ ପକାଇବାକୁ ଭୁଲି ନଥାନ୍ତି ଅଞ୍ଚଳବାସୀ । ଶହୀଦ ବୀରମାନଙ୍କ ସ୍ମୃତି ଉଦେଶ୍ୟରେ ନିର୍ମାଣ ହୋଇଛି ସେମାନଙ୍କ ପ୍ରତିମୂର୍ତ୍ତୀ ।

ସ୍ୱାଧୀନତା ସଂଗ୍ରାମୀ ଭଗବାନ: ଆଜି ସାରା ଜିଲ୍ଲାରେ ଗାଁ ପାଇଁ ଗର୍ବ ଅନୁଭବ କରନ୍ତି ଏହି ଅଞ୍ଚଳବାସୀ । ପରାଧୀନ ଭାରତବର୍ଷର ସଂଗ୍ରାମ ଇତିହାସରେ ଏହି ଗାଁର ସ୍ବାଧୀନତା ସଂଗ୍ରାମୀ ଭଗବାନ ରଥ ଅନ୍ୟତମ । ଭଗବାନ ରଥ ନେତୃତ୍ବରେ ଶତାଧିକ ଲୋକ ସ୍ବାଧନତା ଆନ୍ଦୋଳନରେ ସାମିଲ ହେଇ ଦେଶ ପାଇଁ ଲଢେଇ କରିଥିଲେ । ଇତିହାସ ଅଛି ଏହି ସ୍ୱାଧୀନତା ସଂଗ୍ରାମୀ ଭଗବାନ୍ ଯିଏ କି ସ୍ବାଧୀନତା ସଂଗ୍ରାମୀ ଭତ୍ତାକୁ ଦାନ ବଦଳରେ ପ୍ରତିଦାନ କହି ପ୍ରତ୍ୟାଖାନ କରିଥିଲେ । ଏହି ଭତ୍ତା ଫେରେଇବା ପାଇଁ ସେ ତତକାଳୀନ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ l ଆଜି ବି ସେହି ଯୋଦ୍ଧାଙ୍କ ରକ୍ତ ପ୍ରବାହିତ ହେଉଛି ଏହି ଗାଁର ଯୁବପିଢିଙ୍କ ମଧ୍ୟରେ । ଯାହାଫଳରେ ଅତି କମ ବୟସରେ ଯୁବକମାନେ ମଧ୍ୟ ସେନାବାହିନୀରେ ସାମିଲ ହେବାକୁ ଇଚ୍ଛା ପ୍ରକଟ କରିଥାନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.