ଯାଜପୁର: ନିମ୍ନମାନର କାମ ଯୋଗୁଁ ଧସିଲା ଆପ୍ରୋଚ ରୋଡ । ଯାଜପୁର ବିଂଝାରପୁର କୟାଁଗୋଲା ପୋଲର ଆପ୍ରୋଚ ରୋଡଟି ବର୍ଷା ପାଣିରେ ଧୋଇ ଯାଇଛି । ପୂର୍ତ୍ତ ବିଭାଗର ନିମ୍ନ ମାନର କାମ ଯୋଗୁଁ ଏ ଭଳି ଅବସ୍ଥା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ସାରା ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧିପାଉଛି । ଯାଜପୁର ଜିଲ୍ଲା ବିଂଝାରପୁର କୟାଁଗୋଲା ପୋଲର ଆପ୍ରୋଚ ରୋଡ ଧୋଇଯିବା କାରଣରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଉଥିବା ଏହି କାମ ଅତ୍ୟନ୍ତ ନିମ୍ନ ମାନର ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଆପ୍ରୋଚ ରୋଡ ପାଇଁ ଆବଶ୍ୟକ ମାଟି ପାଖ ଅଞ୍ଚଳରୁ ଅଣାଯାଇଥିବାରୁ ପରିସ୍ଥିତି ଏପରି ହୋଇଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହାର ତଦନ୍ତ କରିବା ସହିତ ଆପ୍ରୋଚ ରୋଡର ମରାମତି କରିବାକୁ ଦାବୀ କରିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ