ETV Bharat / state

ପୂର୍ବ ଶତ୍ରୁତାରୁ ସଙ୍ଘବଦ୍ଧ ଆକ୍ରମଣ, ନ୍ୟାୟ ଦାବିରେ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ଘରେ ପଶି ଯୁବକଙ୍କ ପରିବାର ଉପରେ ସଙ୍ଘବଦ୍ଧ ଆକ୍ରମଣ । ନ୍ୟାୟ ପାଇଁ ପାଣିକୋଇଲି ସ୍ଥିତ ଏସପିଙ୍କ ଦ୍ୱାରସ୍ଥ ହେଲେ ଜୈନିକ ପରିବାର । ଅଧିକ ପଢନ୍ତୁ

author img

By

Published : Nov 18, 2021, 12:44 PM IST

ପୂର୍ବ ଶତ୍ରୁତାକୁ ନେଇ ସଙ୍ଘବଦ୍ଧ ଆକ୍ରମଣ , ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ଯାଜପୁର: ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ । ଘରେ ପଶି ଯୁବକଙ୍କ ପରିବାର ଉପରେ ସଙ୍ଘବଦ୍ଧ ଆକ୍ରମଣ । ଏଭଳି ଘଟଣା ଘଟିଛି ଜିଲ୍ଲାର ଅଣ୍ଟିଆ ଗାଁରେ । ଅଭିଯୋଗର ୩ଦିନ ପରେବି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯିବାରୁ ପାଣିକୋଇଲି ସ୍ଥିତ ଏସପିଙ୍କ ଦ୍ୱାରସ୍ଥ ହେଲେ ଜୈନିକ ପରିବାର ।

ମିଳିଥିବା ସୂଚନା ଅନୁଯାୟୀ ଗତ ୧୪ ତାରିଖ ଦିନ ଗ୍ରାମର ପ୍ରଶାନ୍ତ ନିଜର କାମ ସାରି ଘରକୁ ଫେରିଥିବା ବେଳେ ସେହି ଗାଁରେ ବଳିଆ ଜେନା ତାଙ୍କୁ କମେଣ୍ଟ ମାରିଥିଲେ। ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏଥିରେ ବଳିଆ ରାଗି ଯାଇ ତାଙ୍କର କିଛି ସାଥୀଙ୍କ ସହ ମାରଣାସ୍ତ୍ର ଧରି ପ୍ରଶାନ୍ତଙ୍କ ଘରେ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ । ଏଥିରେ ପ୍ରଶାନ୍ତ ସହିତ ତାଙ୍କ ଭଉଣୀ,ମା ଓ ଭାଉଜ ଆହତ ହୋଇଥିଲେ ।

ଏନେଇ ପ୍ରଶାନ୍ତଙ୍କ ଉଭଣୀ ମାମିନା ଜେନାପୁର ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଏହି ଘଟଣାକୁ ୩ ଦିନ ବିତିଗଲା ପରେବି ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଫଳରେ ଆଜି ପାଣିକୋଇଲି ସ୍ଥିତ ଏସପି ରାହୁଲ ପିଆରଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି । ସେପଟେ ଏସପି ରାହୁଲ ପିଆର ମାମିନାଙ୍କ ପରିବାର କଥା ଶୁଣିବା ପରେ ଜେନାପୁର ଥାନା ଅଧିକାରୀଙ୍କୁ ସଠିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.