ETV Bharat / state

ମହାଦୁର୍ନୀତି: ଶହଶହ ଶ୍ରମିକଙ୍କ ଲକ୍ଷାଧିକ ଟଙ୍କା ଲୁଟିନେଲା ବନବିଭାଗ - Forest Department

ଯାଜପୁର ବନବିଭାଗ ନାଁରେ ଆସିଛି ଆଉ ଏକ ମହାଦୁର୍ନୀତି ଅଭିଯୋଗ । ଦୁର୍ନୀତିକୁ ନେଇ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ । ବନବିଭାଗ ଅଧିକାରୀ ଶ୍ରମିକମାନଙ୍କ ନାଁରେ ପାସବୁକରେ ଟଙ୍କା ଜମାକରି ଏଟିଏମ ଜରିଆରେ ଲକ୍ଷଲକ୍ଷ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ।

ବନବିଭାଗ ନାଁରେ ମହାଦୁର୍ନୀତି ଅଭିଯୋଗ
ବନବିଭାଗ ନାଁରେ ମହାଦୁର୍ନୀତି ଅଭିଯୋଗ
author img

By

Published : Jan 24, 2021, 7:07 PM IST

ଯାଜପୁର: ଯାଜପୁର ବନବିଭାଗ ନାଁରେ ମହାଦୁର୍ନୀତିର ଅଭିଯୋଗ । ଦୁର୍ନୀତିକୁ ନେଇ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ । ବନବିଭାଗ ଅଧିକାରୀ ଶ୍ରମିକମାନଙ୍କ ନାଁରେ ପାସବୁକରେ ଟଙ୍କା ଜମାକରି ଏଟିଏମ ଜରିଆରେ ଲକ୍ଷଲକ୍ଷ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି ।

ବନବିଭାଗ ନାଁରେ ମହାଦୁର୍ନୀତି ଅଭିଯୋଗ

କୋରୋନା ସମୟରେ ଲୋକମାନେ ଭୋକ ଉପାସରେ ଦିନ କାଟୁଥିବା ବେଳେ ଶ୍ରମିକମାନେ ଏହି ଦୁର୍ନୀତି ସମ୍ପର୍କରେ ଅନ୍ଧାରରେ ରହିଛନ୍ତି । ଏଭଳି ଠକେଇର ଶୀକାର ହୋଇଛନ୍ତି ଶତାଧିକ ଶ୍ରମିକ ପରିବାର । ଏହା ଜଣାପଡିବା ପରେ ଘଟଣାକୁ ନେଇ ଗାଁରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । ସେପଟେ ସମ୍ପୃକ୍ତ ବନବିଭାଗ ଅଧିକାରୀ ଏଥିରେ ଘଣ୍ଟ ଘୋଡାଇବାକୁ ଚେଷ୍ଟା ଚଳାଇଛନ୍ତି ।

ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଲା, ଏହି ଶ୍ରମିକମାନେ ଏଭଳି ଘୋଟାଲା ସମ୍ପର୍କରେ ନିଜେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛିନାହାନ୍ତି । ଏହି ଶ୍ରମିକମାନେ ଘର ଠାରୁ ପ୍ରାୟ 50 କିଲୋମିଟର ଦୂର ଡାଳିଯୋଡା ଫରେଷ୍ଟ ରେଞ୍ଜ ଅଧିନ ମହାବିନାୟକ ମନ୍ଦିର ନିକଟରେ ଥିବା ସ୍ଥାୟୀ ନର୍ସରୀରେ କାମ, ସାମଗ୍ରୀ ଯୋଗାଣ ଓ ପରିବହନ କାର୍ଯ୍ୟରେ ନିୟୋଜିତ ଥିଲେ । ଯାହା କେବଳ କାଗଜପତ୍ରରେ ସିମିତ ଥିଲା । ଏବାବଦରେ ଶ୍ରମିକଙ୍କ ନାଁରେ ଲକ୍ଷଲକ୍ଷ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି। ମାତ୍ର ଏମାନେ ନାଁ ସେହି ନର୍ସରୀ ଦେଖିଛନ୍ତି, ନାଁ ସେଥିରେ କେବେ କାମ କରିଛନ୍ତି।

କେବଳ ଏତିକି ଯେ, ଏମାନେ ବହୁ ପୂର୍ବରୁ ରାସ୍ତାକଡରେ ଗଛ ଲଗାଇବା କାମରେ ନିୟୋଜିତ ଥିଲେ । ଏହି ସମୟରେ ସେମାନଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ପାସବୁକ୍ ଓ ଏଟିଏମ କାର୍ଡ ଖୋଲା ଯାଇଥିଲା । ସେବେଠୁଁ ତାହା ବନବିଭାଗ ଅଧିକାରୀଙ୍କ ପାଖରେ ରହିଥିଲା । ଏବେ ଏହାର ଅପବ୍ୟବହାର କରାଯାଇ ଲକ୍ଷଲକ୍ଷ ଟଙ୍କା ହଡପ ହୋଇଥିବାର ପ୍ରମାଣ ମିଳିଛି ।

ଏହି ମହାଦୁର୍ନୀତିର ଫର୍ଦାଫାସ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ସେପଟେ ବନବିଭାଗର ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଥିବାବେଳେ କୌଣସି ଦୁର୍ନୀତି ହୋଇଥିବା କହିଛନ୍ତି । ବନବିଭାଗ ଦ୍ବାରା ହୋଇଥିବା ଏହି ମହାଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି। ତଦନ୍ତ ହେଲେ ନିଶ୍ଚିତରୂପେ ଏହାର ଫର୍ଦାଫାସ ହୋଇପାରିବ ବୋଲି ସବୁ ମହଲରୁ ଦାବି କରାଯାଇଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.