ଯାଜପୁର: କୁଆଖିଆ ରାସ୍ତା ତାରିଣୀ ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଯାଜପୁର ଟାଉନରୁ ଜଣେ ରୋଗୀଙ୍କୁ ନେଇ କଟକ ଯାଉଥିବା ବେଳେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ ଫସିଥିବା ରୋଗୀ ଓ କର୍ମଚାରୀଙ୍କୁ ଉଦ୍ଧାର କଲେ ସ୍ଥାନାୟ ଲୋକେ । ତେବେ ଦୁର୍ଘଟଣାରେ କୌଣସି ବଡ଼ ଧରଣର କ୍ଷତି ହୋଇନଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ଯାଜପୁର ଟାଉନରୁ ୨ ଜଣ ଆଟେଣ୍ଡାଣ୍ଟ ୧୦୮ ଆମ୍ବୁଲାନ୍ସ ଯୋଗେ ଜଣେ ରୋଗୀକୁ ନେଇ କଟକ ଯାଉଥିଲେ । ତେବେ କୌଣସି କାରଣରୁ ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ପୋଖରୀ ଭିତରକୁ ଖସି ପିଡ଼ିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସରୁ ରୋଗୀ ଓ ଡ୍ରାଇଭର ସମେତ ୨ଜଣ ଆଟେଣ୍ଡାଣ୍ଟଙ୍କୁ ଉଦ୍ଧାର କରି ଯାଜପୁର ଟାଉନକୁ ପଠାଇଥିଲେ । ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସଟିକୁ ପୋଖରୀରୁ ଉଦ୍ଧାର କରିଛି ।
ଇଟିଭି ଭାରତ, ଯାଜପୁର