ଯାଜପୁର: ଜିଲ୍ଲାର 16 ନଂ ଜାତୀୟ ରାଜପଥ କୁଆଖିଆ ଓଭରବ୍ରିଜ ଉପରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଟ୍ରକ ପଛପଟୁ ଆମ୍ବୁଲାନ୍ସକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ଦୁର୍ଘଟଣାରେ ମୃ୍ତ୍ୟୁ ହୋଇଥିବା 2 ଜଣଙ୍କ ମଧ୍ୟରୁ ଜଣେ ଡ୍ରାଇଭର ହୋଇଥିବା ବେଳେ ଆଉ ଜଣେ ମୃତ କର୍ମଚାରୀ ରହିଛନ୍ତି । ମୃତ ଡ୍ରାଇଭର ମାନସ ରଞ୍ଜନ ସିଂ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ମୃତ କର୍ମଚାରୀଙ୍କ ପରିଚୟ ମିଳିପାରିନାହିଁ । ରୋଗୀ ଛାଡି ଫେରୁଥିବା ସମୟରେ ଏକ ଟ୍ରକ ପଛପଟୁ ଆମ୍ବୁଲାନ୍ସଟୁକୁ ଧକ୍କା ଦେଇଥିଲା । ଘରୋଇ ହସ୍ପିଟାଲର ଏହି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ କୁଆଖିଆ ପୋଲିସ ପହଞ୍ଚି ମୃତଦେହକୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ତଦନ୍ତ ଜାରି ରଖିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ