ଯାଜପୁର : ଜିଲ୍ଲା ଅଙ୍ଗନବାଡି କେନ୍ଦ୍ରର ସୁପରଭାଇଜର ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ଅଭିଯୋଗ । ଏହାର ପ୍ରତିବାଦ କରି ଯାଜପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ମୁତାବକ ଜିଲ୍ଲାର ଦଶରଥପୁର,ବିଞ୍ଝାରପୁର ଓ ଧର୍ମଶାଳା ବ୍ଲକରେ ନିଯୁକ୍ତ ହୋଇଥିବା ଅଙ୍ଗନବାଡି କର୍ମୀମାନଙ୍କୁ ସୁପରଭାଇଜର ପଦବୀ ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ନିଯୁକ୍ତି ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ।
ସୁପରଭାଇଜର ପଦବୀ ପୂରଣ ପାଇଁ ବ୍ୟାପକ ହେରଫେର ହେଉଥିବା ଅଭିଯୋଗ କରି ସୋମବାର ଅଙ୍ଗନବାଡି କର୍ମୀ ମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ