ETV Bharat / state

ଯାଜପୁର ପୋଲିସ କବଜାରେ ଗାଡି ଚୋରି ଗ୍ୟାଙ୍ଗ, ପାର୍ଟସ ଚୋରି ପରେ କରୁଥିଲେ ବିକ୍ରି

author img

By

Published : Nov 9, 2021, 4:54 PM IST

ଯାଜପୁର ଜିଲ୍ଲାରେ ଧରାପଡ଼ିଛନ୍ତି ବଡ଼ ଧରଣର ଗାଡ଼ି ଚୋରି ଗ୍ୟାଙ୍ଗ । ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଅଧିକ ପଢନ୍ତୁ...

ଗାଡି ଚୋରି ଅଭିଯୋଗ, ୩ ଅଭିଯୁକ୍ତ ଗିରଫ
ଗାଡି ଚୋରି ଅଭିଯୋଗ, ୩ ଅଭିଯୁକ୍ତ ଗିରଫ

ଯାଜପୁର: ଜିଲ୍ଲା ପୋଲିସ ହାତରେ ଧରା ପଡିଛନ୍ତି ଗାଡି ଚୋରି ଗ୍ୟାଙ୍ଗ । ଏମାନେ ୨ ଚକିଆ ଠାରୁ ଆରମ୍ଭ କରି ୪ ଚକିଆ ଯାନ ଚୋରିରେ ସମ୍ପୃକ୍ତ ରହିଥିବା ସହ କବାଡିଆ ଦୋକାନ କରି ଗ୍ୟାସ କଟରରେ କାଟି ଖଣ୍ଡ ଖଣ୍ଡ କରି ଗାଡି ପାର୍ଟସକୁ ବିକ୍ରି କରି ଆସୁଥିଲେ । ଯାଜପୁର ଥାନା ଅର୍ନ୍ତଗତ ଶୀତଳେଶ୍ବର ରାଧା କବାଡିଆ କେନ୍ଦ୍ରରେ ଏହି କାର୍ଯ୍ୟ ହେଉଥିବା ବେଳେ ପୋଲିସ ଚଢାଉ କରି ୧୦ଟି ୪ ଚକିଆ ଗାଡିର ପାର୍ଟସ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

ଏହି ଖବର ପ୍ରସାରିତ ହେବା ପରେ ଜିଲ୍ଲା ବାହାରୁ ଚୋରି ହୋଇଥିବା ଗାଡି ମାଲିକଙ୍କ ଥାନାକୁ ସୁଅ ଛୁଟିଛି । କବାଡି ଦୋକାନ ଆଳରେ ଚୋରି ଅଟୋ ବୋଲେରୋ କାର ଓ ବାଇକ ଆଦିର କଟିଙ୍ଗ ଚାଲିଥିଲା । ଯାଜପୁର ଥାନା ଅର୍ନ୍ତଗତ ଶୀତଳେଶ୍ବର ଗ୍ରାମରେ ଚାଲିଥିଲା ଏଭଳି ଚୋରା ଗାଡିର କଟିଙ୍ଗ । ଏହି ଅଭିଯୋଗରେ ଯାଜପୁର ପୋଲିସ ଚଢାଉ କରି ଷ୍କାର୍ପ ବ୍ୟବସାୟୀ ରାଧା ବେହେରା ଗାଡି ଚୋରି କରୁଥିବା ମାନସ ପାଲ ଓ କଟିଙ୍ଗ କରୁଥିବା ସେକ ଇସଲାମ କଟରକୁ ଗିରଫ କରିଥିବା ଯାଜପୁର SDPO ସୂଚନା ଦେଇଛନ୍ତି ।

ନକଲି ଚାବି ମାଧ୍ୟମରେ ମାଧ୍ୟମରେ ଏମାନେ ନେଟୱର୍କ ବିଛାଇ ନୂଆ ଗାଡିକୁ ଚୋରି କରିବା ପରେ ତୁରନ୍ତ ଗ୍ୟାସରେ କାଟି ଖଣ୍ଡ ଖଣ୍ଡ କରି ଗାଡିରର ଇଞ୍ଜିନ ଓ ପାର୍ଟସ ଅଲଗା କରିଦେଉଥିଲେ । ଗତ ଜୁଲାଇରୁ ନଭେମ୍ବର ମାସ ଭିତରେ ଏମାନେ ଯାଜପୁର ସମେତ କଟକ ଓ କେନ୍ଦ୍ରାପଡାର ବିଭିନ୍ନ ଥାନାରେ ରୁଜୁ ହୋଇଥିବା ୧୦ଟି ଗାଡିକୁ କାଟିଥିବା ମାନିଛନ୍ତି । ପୂର୍ବରୁ ଏହିଭଳି କେତେ ଗାଡି କଟାଯାଇଛି ଏମାନଙ୍କ ସହ ଅନ୍ୟ କିଏ ସମ୍ପୃକ୍ତ ତାହାର ତଦନ୍ତ ହେବ ବୋଲି କହିଛନ୍ତି ଯାଜପୁର SDPO ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.