ETV Bharat / state

ମହଙ୍ଗା ପଡିଲା ମଦ୍ୟପାନ, ନିଲମ୍ବିତ ହେଲେ 3 କର୍ମଚାରୀ

ଅଫିସ ଛାଡି ବାରରେ ମଦ ପିଉଥିଲେ ଯୋଗାଣ ବିଭାଗ କର୍ମଚାରୀ । ଜିଲ୍ଲାପାଳ ଖବର ପାଇବା ପରେ 3 ଜଣ ଯୋଗାଣ ବିଭାଗ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ।

author img

By

Published : Jul 12, 2019, 10:23 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ଯାଜପୁର: ମଦ୍ୟପାନ କରି ଫସିଲେ ସରକାରୀ କର୍ମଚାରୀ । ଅଫିସ ଛାଡି ବାରରେ ମଦ ପିଉଥିବାରୁ ୩ ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ସୂଚନା ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ନରେ ଯୋଗାଣ ବିଭାଗ କର୍ମଚାରୀ ମାନେ ଅଫିସ ଛାଡି ବାହାରେ ବୁଲୁଥିବା ଯାଜପୁର ଜିଲ୍ଲାପାଳ ଖବର ପାଇଥିଲେ । ଏହାପରେ ତଦାରଖ କରିବାକୁ ଯାଇ ଜିଲ୍ଲାପାଳ ଅଫିସକୁ ଯାଇଥିଲେ । ସେଠାରେ ସେମାନେ ଅନୁପସ୍ଥିତ ଥିବାରୁ ପଚରା ଉଚରା କରିବା ପରେ ସେମାନେ ଏକ ବାରରେ ମଦ୍ୟପାନ କରୁଥିବା ଖବର ପାଇଥିଲେ ।

ତେବେ ୩ ଜଣ ଯୋଗାଣ ବିଭାଗ କର୍ମଚାରୀ ବାରରେ ମଦ ପିଉଥିବା ବେଳେ ଜିଲାପାଳ ରଞ୍ଜନ କୁମାର ଦାସଙ୍କ ହାତରେ ଧରାପଡିଥିଲେ । ଏହାପରେ ସେମାନଙ୍କର ଡାକ୍ତରୀ ମାଇନା କରିବା ପରେ ତାଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି । ନିଲମ୍ବିତ କର୍ମଚାରୀ ମାନେ ହେଲେ ବରିଷ୍ଠ କିରାଣୀ ଲକ୍ଷ୍ମୀଧର ନନ୍ଦ,ଜୁନିଅର ଆକାଉଣ୍ଟାଣ୍ଟ୍ ଗୌତମ ରାୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରଭାକର ନାଥ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.