ETV Bharat / state

କୋରୋନା ପରିସ୍ଥିତି ନିୟନ୍ତ୍ରଣ ପରେ ଯାଜପୁର ଜିଲ୍ଲାରେ ଖୋଲିଲା 'ଆହାର କେନ୍ଦ୍ର'

କୋରୋନା ନିୟନ୍ତ୍ରଣକୁ ଆସିବା ପରେ ଯାଜପୁର ଜିଲ୍ଲାରେ ଖୋଲିଲା ଆହାର କେନ୍ଦ୍ର । ଜିଲ୍ଲାର 10ଟି ବ୍ଲକ୍ ଓ 2ଟି ମୁନିସିପାଲିଟି ଅଞ୍ଚଳରେ ଆହାର କେନ୍ଦ୍ର ଗୁଡିକ ଖୋଲାଯାଇଛି । 5ଟଙ୍କିଆ ମିଲ୍ ଖାଇବାର ସୁଯୋଗ ପାଇ ଲୋକେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 3, 2020, 4:01 AM IST

କୋରୋନା ପରିସ୍ଥିତି ନିୟନ୍ତ୍ରଣ ପରେ ଯାଜପୁର ଜିଲ୍ଲାରେ ଖୋଲିଲା 'ଆହାର କେନ୍ଦ୍ର'
କୋରୋନା ପରିସ୍ଥିତି ନିୟନ୍ତ୍ରଣ ପରେ ଯାଜପୁର ଜିଲ୍ଲାରେ ଖୋଲିଲା 'ଆହାର କେନ୍ଦ୍ର'

ଯାଜପୁର: କୋରୋନା ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସୋମବାର ଖୋଲିଲା ଆହାର କେନ୍ଦ୍ର । କୋରୋନା ସଂକ୍ରମଣ ବୃଦ୍ଧି ପାଇବା ଫଳରେ ଗତ ମାର୍ଚ୍ଚ 22ରୁ ଜିଲ୍ଲାର ସମସ୍ତ ଆହାର କେନ୍ଦ୍ରକୁ ବନ୍ଦ ରଖାଯାଇଥିଲା । ଦୀର୍ଘ 7ମାସ ପରେ ଆହାର କେନ୍ଦ୍ର ଖୋଲିଛି । ଫଳରେ ଗରିବ ଖଟିଖିଆ ଲୋକମାନେ ଆହାର କେନ୍ଦ୍ରକୁ ଯାଇ 5ଟଙ୍କିଆ ମିଲ୍ ଖାଇବାର ସୁଯୋଗ ପାଇଛନ୍ତି ।

କୋରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଯାଜପୁର ଜିଲ୍ଲାରେ ଲକଡାଉନ, ସଟଡାଉନ ଓ ଅନଲକ୍ ଭଳି କଟକଣାକୁ କାର୍ଯ୍ୟକାରୀ କରାଗଲା । ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବା ଫଳରେ ଗତ ମାର୍ଚ୍ଚ 22ତାରିଖରୁ ଜିଲ୍ଲାର ସମସ୍ତ ଆହାର କେନ୍ଦ୍ରକୁ ବନ୍ଦ କରିଦିଆଯାଇଥିଲା । କୋରୋନା ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଠୁ ଖୋଲିଲା ଆହାର କେନ୍ଦ୍ର । ଲୋକଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଯାଜପୁର ଜିଲ୍ଲାର 10ଟି ବ୍ଲକ୍ ଓ 2ଟି ମୁନିସିପାଲିଟି ଅଞ୍ଚଳରେ ଆହାର କେନ୍ଦ୍ର ଗୁଡିକ ଖୋଲାଯାଇଛି । ଦୀର୍ଘ 7ମାସର ବ୍ୟବଧାନ ପରେ ଆଜି ବ୍ୟାସନଗର ପୌରାଞ୍ଚଳର ଗୋପବନ୍ଧୁ ଛକ ନିକଟରେ ଥିବା ଆହାର କେନ୍ଦ୍ର ଖୋଲିବା ପରେ ଏଠାରେ ଦେଖିବାକୁ ମିଳିଥିଲା ଲୋକଙ୍କ ଭିଡ । ଆହାର କେନ୍ଦ୍ରରେ ପୂର୍ବଭଳି 5ଟଙ୍କିଆ ମିଲ୍ ଖାଇବାର ସୁଯୋଗ ପାଇଁ ଲୋକେ ନିଜର ଖୁସି ବ୍ୟକ୍ତ କରିଥିଲେ ।

କରୋନା ପାଇଁ ଆଡଭାଇଜରି ଜାରି ହେବାପରେ ମାର୍ଚ୍ଚ 17ରୁ ଜିଲ୍ଲାର ବିଭିନ୍ନ ଆହାର କେନ୍ଦ୍ରରେ ପ୍ରତିଷେଧକ ବ୍ୟବସ୍ଥା କଡାକଡି କରାଗଲା । ଲୋକଙ୍କୁ ଖାଦ୍ୟ ଦେବା ପୂର୍ବରୁ ଭଲ ଭାବରେ ସାବୁନରେ ହାତ ଧୋଇବା ଓ ଏକାଠି ହୋଇ ନଖାଇବା, ଖାଇବା ପରେ ଟିସୁ ପେପର ବ୍ୟବହାର କରିବା ଓ ସାମାଜିକ ଦୂରତ୍ବ ରକ୍ଷାକରିବା ଉପରେ ଗୁରୁତ୍ବ ଦିଆଗଲା । ପରବର୍ତ୍ତୀ ସମୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଗତ ମାର୍ଚ୍ଚ 22ରୁ ସମସ୍ତ ଆହାର କେନ୍ଦ୍ରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଗଲା । ଫଳରେ ଗରିବ ଖଟିଖିଆ ଲୋକମାନେ 5ଟଙ୍କିଆ ଖାଦ୍ୟ ଖାଇବାରୁ ବଞ୍ଚିତ ହୋଇଥିଲେ । ମାତ୍ର ଦୀର୍ଘ 7ମାସର ବ୍ୟବଧାନ ପରେ ଏବେ ପୁଣି ଆହାର କେନ୍ଦ୍ର ଗୁଡିକୁ ଖୋଲିଛି । ଏହା ଖୋଲିବା ଦ୍ବାରା ଲୋକମାନେ ଏବେ ଆଶ୍ବସ୍ତ ହୋଇଛନ୍ତି । ତେବେ ସରକାରଙ୍କ ସମସ୍ତ ଗାଇଡ୍ ଲାଇନ୍ ଓ କୋଭିଡ୍ ନିୟମ ପାଳନ କରି ଲୋକମାନେ ଆହାର କେନ୍ଦ୍ରରୁ ଖାଦ୍ୟ ପାଇପାରିବେ ବୋଲି ବ୍ୟାସନଗର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।

ଜିଲ୍ଲାରେ କୋରୋନା ମହାମାରୀ ନିୟନ୍ତ୍ରଣ ସ୍ଥିତିକୁ ଆସିବା ପରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏବେ ଆହାର କେନ୍ଦ୍ର ଗୁଡିକ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ବିଭିନ୍ନ ମହଲରେ ସ୍ବାଗତ ଜଣାଯାଇଛି । ତେବେ କୋରୋନା ମୂଳପୋଛ ନହେବା ପର୍ଯ୍ୟନ୍ତ କଟକଣାକୁ ଜନସାଧାରଣ ଭୁଲି ନଯିବା ଆବଶ୍ୟକତା ରହିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.