ETV Bharat / state

ଯାଜପୁରରେ ପୁଣି ଶିଶୁ ନିଖୋଜ, ଥାନାରେ ଏତଲା - ଯାଜପୁର

ବିଞ୍ଝାରପୁରରେ ପିହୁ ଅପହରଣ ପରେ ଏବେ ଜିଲ୍ଲାରେ ଆଉ ଏକ ଶିଶୁ ପୁତ୍ର ନିଖୋଜ ଘଟଣା ସାମ୍ନାକୁ ଆସିଛି। ଅଧିକ ପଢନ୍ତୁ...

Child missing again in jajpur
ଆଦିବାସୀ ସାହିରେ ପୁଣି ଶିଶୁ ନିଖୋଜ, ଥାନାରେ ଏତଲା
author img

By

Published : Dec 26, 2020, 1:08 PM IST

ଯାଜପୁର:ବିଞ୍ଝାରପୁରରେ ପିହୁ ଅପହରଣ ପରେ ଏବେ ଜିଲ୍ଲାରେ ଆଉ ଏକ ଶିଶୁ ପୁତ୍ର ନିଖୋଜ ଘଟଣା ସାମ୍ନାକୁ ଆସିଛି। ଚଣ୍ଡିଖୋଲ ସୁଙ୍ଗୁଡା ନିକଟ ରସୁଲିପୁର ଆଦିବାସୀ ବସ୍ତିରୁ 4 ବର୍ଷର ଶିଶୁପୁତ୍ର ଚିଣ୍ଟୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି।

ଆଦିବାସୀ ସାହିରେ ପୁଣି ଶିଶୁ ନିଖୋଜ, ଥାନାରେ ଏତଲା

ଗତ ଗୁରୁବାର ବାହାରେ ବୁଲା ବୁଲି କରୁଥିବା ବେଳେ ଅପରାହ୍ନରେ ସେ ନିଖୋଜ ହୋଇ ଯାଇଛି । ଏନେଇ ପରିବାର ଲୋକେ ବହୁ ଆଡେ ଖୋଜା ଖୋଜି ପରେ ଶିଶୁପୁତ୍ର ନ ମିଳିବାରୁ ଧାନମଣ୍ଡଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଫାଣ୍ଡି ଅଧିକାରୀ ଓ ବଡଚଣା ପୋଲିସ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାକୁ 3 ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ଶିଶୁପୁତ୍ରକୁ ଉଦ୍ଧାର କରିବାରେ ସକ୍ଷମ ହୋଇ ପାରିନି ।

ରାମ ଜଜ ଦିନ ମଜୁରିଆ ଭାବେ ପରିବାର ଚଳାଉଥିବା ବେଳେ ପୁଅ ନିଖୋଜ ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ରାଜ୍ୟରେ ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ହେବା ଘଟଣା ରାଜ୍ୟରେ ଶିଶୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ ଖୁବଶୀଘ୍ର ଶିଶୁ ପୁତ୍ରକୁ ଉଦ୍ଧାର କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.