ETV Bharat / state

ବ୍ୟାସନଗର ପରିବା ମାର୍କେଟରେ ସମାଜିଜ ଦୂରତାର ବ୍ୟତିକ୍ରମ

author img

By

Published : Apr 27, 2020, 3:54 PM IST

ଯାଜପୁର ଜିଲ୍ଲାରେ ରାଜ୍ୟ ସରକାର ଜାରି କରିଥିବା ୬୦ ଘଣ୍ଟିଆ ସଟଡାଉନର ସୋମବାର ଦିନ ୧୦ଟାରେ ଶେଷ ହୋଇଛି । ଏହାପରେ ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଛି ଲକଡାଉନ ପକ୍ରିୟା । ମାତ୍ର କିଛି ଲୋକ ଲକଡାଉନ ନିୟମକୁ ବେଖାତିର କରୁଥିବା ଦେଖିବାକୁ ମିଳୁଛି ।

shutdown
ବ୍ୟାସନଗର ପରିବା ମାର୍କେଟରେ ସମାଜିଜ ଦୂରତାର ବ୍ୟତିକ୍ରମ

ଯାଜପୁର: ଯାଜପୁର ଜିଲ୍ଲାରେ ରାଜ୍ୟ ସରକାର ଜାରି କରିଥିବା ୬୦ ଘଣ୍ଟିଆ ସଟଡାଉନର ସୋମବାର ଦିନ ୧୦ଟାରେ ଶେଷ ହୋଇଛି । ଏହାପରେ ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଛି ଲକଡାଉନ ପକ୍ରିୟା । ମାତ୍ର କିଛି ଲୋକ ଲକଡାଉନ ନିୟମକୁ ବେଖାତିର କରୁଥିବା ଦେଖିବାକୁ ମିଳୁଛି ।

ଯାଜପୁର ଜିଲ୍ଲାରେ ଏବେ ୧୮ଟି କୋରୋନା ରୋଗୀ ଚିହ୍ନଟ ହୋଇଛି। ଏଥିସହିତ ଜିଲ୍ଲାରେ କୋରୋନା ସଂକ୍ରମଣ ରୋକିବା ପାଇଁ ୧୦ ବ୍ଳକ ଆଉ ୨ଟି ପୌରାଞ୍ଚଳ ମଧ୍ୟରୁ ୫ଟି ବ୍ଳକ ଯଥା ଦଶରଥପୁର, ବିଞ୍ଝାରପୁର, କୋରେଇ, ଯାଜପୁର ,ବରୀ ଆଉ ଗୋଟିଏ ପୌରାଞ୍ଚଳ ଯାଜପୁରକୁ ସୋମବାର ଦିନ ୧୨ଟାରୁ ୨୯ ତାରିଖ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି ।

ଜିଲ୍ଲାରେ ସୁକିନ୍ଦା,ଦାନଗଦି,ରସୁଲପୁର, ଧର୍ମଶାଳା ଆଉ ବଡ଼ଚଣା ୫ଟି ବ୍ଳକ ଆଉ ବ୍ୟାସନଗର ପୌରାଞ୍ଚଳରେ ଲକଡାଉନ ଜାରି ଅଛି। ସେପଟେ ବ୍ୟାସନଗର ସହରରେ ଲୋକମାନେ ସରକାରଙ୍କ ଲକଡାଉନ ନିୟମକୁ ସଠିକ ରୂପେ ପାଳନ କରୁନଥିବା ଦେଖିବାକୁ ମିଳିଛି।

ବ୍ୟାସନଗର ପରିବା ମାର୍କେଟରେ ଲୋକମାନେ ଦଳଦଳ ହୋଇ ପରିବା କିଣୁଛନ୍ତି । ସାମାଜିକ ଦୂରତା ବଜାୟ ରଖୁ ନାହାନ୍ତି। ଯେହେତୁ ଜିଲ୍ଲାରେ ୬୦ଘଣ୍ଟା ସଟଡାଉନ ଚାଲୁଥିଲା କେହି ମାର୍କେଟ ଆସିପାରୁ ନଥିଲେ । ମାତ୍ର ସୋମବାର ସଟଡାଉନ ହଟିଲା ପରେ ପରିବା ମାର୍କେଟ ଆଉ ଦୋକାନ ବଜାରରେ ହଜାର ହଜାର ସଂଖ୍ୟକ ଲୋକ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି। ଏହି ଭିଡ଼କୁ ଦୃଷ୍ଟି ଦେବାକୁ ପୋଲିସ ଆଉ ଜିଲ୍ଲା ପ୍ରଶାସନ ନିକଟରେ ସାଧାରଣ ଲୋକ ଦାବି କରିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.