ETV Bharat / state

ପ୍ରେମ ନେଉଛି ପ୍ରାଣ ! ଦେଢ ମାସରେ 3 କର୍ମଜୀବୀ ମହିଳାଙ୍କ ମୃତ୍ୟୁ

author img

By

Published : Oct 20, 2019, 11:20 PM IST

ରାଜ୍ୟରେ 3ଟି ମୃତ୍ୟୁକୁ ନେଇ ଚର୍ଚ୍ଚା । ପ୍ରଥମେ ନର୍ସ ନିହାରିକା, ପରେ ଭିଏଲଡବ୍ଲ୍ୟୁ ସ୍ମିତାରାଣୀଙ୍କ ପରେ ଏବେ ଆଇନଜୀବୀ ଦୀପାଳି । ଅଧିକ ପଢନ୍ତୁ....

ପ୍ରେମ ନେଉଛି ପ୍ରାଣ! ଦେଢ ମାସରେ 3 କର୍ମଜୀବୀ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ବର: ଦେଢ ମାସ ଭିତରେ ତିନି ତିନୋଟି ମର୍ଡର । ପ୍ରେମ, ପ୍ରତାରଣା ଆଉ ତାପରେ ହତ୍ୟା । ନର୍ସ ନିହାରିକା ଓ ଭିଏଲଡବ୍ଲ୍ୟୁ ସ୍ମିତାରାଣୀଙ୍କ ପରେ ରାଜ୍ୟରେ ଆଉ ଏକ ଚାଞ୍ଚଲ୍ୟ । ରାଜଧାନୀର ବନ୍ଦ କୋଠରୀରୁ ଲେଡି ଆଡଭୋକେଟଙ୍କ ମୃତଦେହ ଉଦ୍ଧାର । ମୃତ ଆଇନଜୀବୀ ହେଲେ ଦୀପାଳି ପ୍ରିୟଦର୍ଶିନୀ ।

ଧଉଳୀ ଥାନା ଅନ୍ତର୍ଗତ ଇନ୍ଦିରା କଲୋନିର ପ୍ଲଟ ନମ୍ବର 3/2ରୁ ମିଳିଛି ଦୀପାଳିଙ୍କ ସନ୍ଦେହ ଜଣକ ମୃତଦେହ । ସେ ଆତ୍ମହତ୍ୟା କରିଛନ୍ତି ନା ଏହା ସୁଚିନ୍ତିତ ହତ୍ୟାକାଣ୍ଡ ତାକୁ ନେଇ ବଢିବାରେ ଲାଗିଛି ସସପେନ୍ସ । ଏପଟେ ଦୀପାଳିଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପରିବାର ଲୋକେ ।

ଗତ 17 ସେପ୍ଟେମ୍ବର ଦିନ ଶାନ୍ତ ଥିବା ବିଲୁଆଖାଇ ନଦୀ ପଠା ହଠାତ୍ ଅଶାନ୍ତ ହୋଇପଡିଥିଲା । ସେଠାରୁ ହିଁ ଉଦ୍ଧାର ହୋଇଥିଲା ନର୍ସ ନିହାରିକାଙ୍କ ମୃତଦେହ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହେବା ପରେ ହତ୍ୟାକାରୀ ରାଜାକୁ ଗିରଫ କରିଥିଲା ପୋଲିସ । ସେହିପରି 16 ଅକ୍ଟୋବରରେ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହୋଇଥିଲା ଧର୍ମଶାଳା ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ମୃତଦେହ । ସ୍ମିତାଙ୍କ ମୃତ୍ୟୁ ଉପରୁ ପରଦା ହଟିବାର 24ଘଣ୍ଟା ନ ବିତୁଣୁ ପୁଣି ଜଣେ ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏପଟେ ଦୀପାଳିଙ୍କ ମୃତ୍ୟୁ ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଭୁବନେଶ୍ବର ବାର ଆସୋସିଏସନ ।

ସମାନ ଢଙ୍ଗରେ ଆଉ ଜଣେ ଯୁବତୀଙ୍କ ମୃତଦେହ ମିଳିବା ପରେ ଚର୍ଚ୍ଚାରେ କର୍ମଜୀବୀ ମହିଳାଙ୍କ ପ୍ରେମ । ତେବେ ପୂର୍ବରୁ ଦୁଇ ମର୍ଡର ମିଷ୍ଟ୍ରୀର ପର୍ଦ୍ଦାଫାଶ ହୋଇଥିବା ବେଳେ ତଦନ୍ତ ପରେ ଦୀପାଳୀ ମୃତ୍ୟୁର ପ୍ରକୃତ ଘଟଣା ସାମ୍ନାକୁ ଆସିବ ।

ଭୁବନେଶ୍ବରରୁ ତାପସ ପରିଡା, ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା ଓ ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଆଡଭୋକେଟ ଡେଥ ମିଷ୍ଟ୍ରିBody:ନିହାରିକା ଓ ସ୍ମିତାରାଣି ହତ୍ଯା ଘଟଣା ପରେ ଆଉ ଏକ ଚାଂଚଲ୍ଯ।ରାଜଧାନୀରେ ବନ୍ଦ କୋଠରିରୁ ଲେଡି ଆଡଭୋକେଟଙ୍କ ଝୁଲନ୍ତା ମୁଦଦେହ ଜବତ। ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନି ପ୍ଲଟ ନମ୍ବର ୩/୨ରୁ ଉଦ୍ଧାର ହୋଇଛି ମୃତଦେହ । ଶନିବାର ରାତିରେ ଘରେ କେହି ନଥିବା ପୁରୁଷ ବନ୍ଧୁ ବିକ୍ରମ କେଶରି ମିଶ୍ରଙ୍କ ଥିଲେ ଲେଡି ଲୟର ।ଉଭୟଙ୍କ ମଧ୍ଯରେ ଏପରି କଣ ଘଟିଲା ଯାହାର ପରେ ସାନ ଭଉଣି ସେଫାଳି କୁ ପୁରୁଷ ବନ୍ଧୁ ଦେଇଥିଲେ ଦିପାଲିର ମୃତ୍ଯ ଖବର। ଏନେଇ ପୁରୁଷ ବନ୍ଧୁଙ୍କ ସଂଦେହ ଘେରକୁ ନେଇ ଥାନାରେ ଅଭିଯୋ କରିଛନ୍ତି ପରିବାର।
ବାଇଟ-ବିଶ୍ବରଂଜନ ଜେନା,ଦିପାଲିଙ୍କ ଭାଇ
ସେପଟେ ଲେଡି ଆଡଭୋକେଟଙ୍କ ମୃତ୍ଯକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଭୁବନେଶ୍ବର ବାର ଆସୋସିଏସନ।ଘଟଣାର ତଦନ୍ତ କରି ଖୁଲାସା କରିବାକୁ ଚେତାବନି ଦେଇଛି ଆସୋସିଏସନ।
ବାଇଟ-ବିଶ୍ବ ଭୁଷଣ ମହାନ୍ତି,ସେକ୍ରେଟାରି ଭୁବନେଶ୍ବର ବାର ଆସୋସିଏସନ
ତେବେ ପୁର୍ବରୁ ନିହାରିକା ହତ୍ଯାକାଣ୍ଡ ପରେ ସ୍ମିତାରାଣି ଆତ୍ମହତ୍ଯା ରାଜ୍ଯରେ ନେଇ ଥିଲା ରାଜନୈତିକ ମୋଡ।ରାଜଧାନୀରେ ଲେଡି ଆଡଭୋକେଟଙ୍କ ଏପରି ସଂଦେହଜନକ ମୃତ୍ଯ ନେଇ କଣ ଫିଟୁଛି ରହସ୍ଯ ତା ଉପରେ ନଜର ।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.