ଯାଜପୁର: ଘର ଆଗରେ 5ଟି ଗାଡି ପୋଡି ଦେଲେ ଦୁର୍ବୃତ୍ତ । ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ଅଞ୍ଜିରା ପଞ୍ଚାୟତର ମୁରାରୀପୁର ଗ୍ରାମରେ ଘଟିଛି ଏହି ଘଟଣା । ମୁରାରୀପୁର ଗ୍ରାମର ଲକ୍ଷ୍ମୀଧର ଜେନାଙ୍କ ଘର ଆଗରେ 3 ବାଇକ ଓ ଦୁଇଟି ସ୍କୁଟି କେହି ଦୁର୍ବୁତ୍ତ ପୋଡି ଦେଇଥିବା ଅଭିଯୋଗ ହୋଇଛି ।
ଲକ୍ଷ୍ମୀଧର ଘର ଆଗରେ ନିଜର ଦୁଇଟି ଗାଡି ଓ ବ୍ୟାଙ୍କ କର୍ମଚାରୀଙ୍କ ତିନୋଟି ଗାଡି ପ୍ରତିଦିନ ଘର ବାହାରେ ରହିଥାଏ । ହେଲେ ଶୁକ୍ରବାର ବିଳମ୍ବିତ ରାତିର କେହି ଦୁର୍ବୃତ୍ତ ଗାଡି ପୋଡି ଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଜେନାପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ପୂର୍ବ ଶତ୍ରୁତା ଯୋଗୁଁ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇ ଥିବା ସନ୍ଦେହ କରାଯାଉଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ