ETV Bharat / state

ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଗାଡିକୁ ପଥର ମାରି ଜଣେ ଗିରଫ

ବିଧାୟକଙ୍କ ଗାଡି ଉପରକୁ ପଥର ମାଡ଼ ଘଟଣା । ଜଣେ ଅଭିଯୁକ୍ତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଅଧିକ ପଢ଼ନ୍ତୁ

accused arrests on mla car attack in jajpur
ବିଧାୟକଙ୍କ ଗାଡିକୁ ପଥର ମାରିବା ଘଟଣା, ଜଣେ ଗିରଫ
author img

By

Published : Jul 25, 2022, 1:56 PM IST

ଯାଜପୁର: ବିଧାୟକଙ୍କ ଗାଡି ଉପରକୁ ପଥର ମାଡ଼ ଘଟଣା । ଜଣେ ଅଭିଯୁକ୍ତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ଦଶରଥ ଟୁଡୁ ବୋଲି ଜଣାପଡ଼ିଛି । ରବିବାର ତେନ୍ତୁଳିଖୁଣ୍ଟି ଛକ ନିକଟରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଗାଡିକୁ ପଥରମାଡ଼ ହୋଇଥିଲା ।

ବିଧାୟକଙ୍କ ଗାଡିକୁ ପଥର ମାରିବା ଘଟଣା

ଏହି ଘଟଣା ନେଇ ମହୁଲିଆ ଗ୍ରାମର ଟ୍ରକ ଡ୍ରାଇଭର ମାଧବାନନ୍ଦ ଜେନା କୋରେଇ ଥାନାରେ ଅଭିଯୋଗ କରିଥିଲେ । ମାମଲାକୁ ଆଧାର କରି ରବିବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଦଶରଥ ଟୁଡୁଙ୍କୁ କହ୍ନେଇପୁର ଅଞ୍ଚଳରୁ ଯାଜପୁର ରୋଡ ଥାନା ପୋଲିସ ଗିରଫ କରିଛି । କେସ ନମ୍ବର 240/22 ଦଫା 341, 294, 336,337,307 ଓ 427ରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ରବିବାର ରାତି 8ଟା ସମୟରେ ଘସିପୁରା ନିର୍ବାଚନ ମଣ୍ଡଳୀ ବିଧାୟକ ବଦ୍ରିନାରାୟଣ ପାତ୍ର କୋରେଇ ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟା ଗ୍ରାମକୁ ଏକ ସମ୍ପର୍କୀୟଙ୍କ ଏକାଦଶାହ କ୍ରିୟାକୁ ଆସୁଥିଲେ । ସେହି ସମୟରେ ଏକ ଯୁବକ କ୍ରୋଧଭର ହୋଇ ବିଧାୟକଙ୍କ ଗାଡି ସମେତ ରାସ୍ତାରେ ଯାଉଥିବା ସମସ୍ତ ଗାଡି ଉପରକୁ ପଥର ମାରିଥିଲା । ସୌଭାଗ୍ୟବଶତଃ ବିଧାୟକଙ୍କ କୌଣସି କ୍ଷତି ହୋଇନଥିବାବେଳେ ଗାଡି କାଚ ଭାଙ୍ଗି ଯାଇଥିଲା ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.