ଯାଜପୁର: ବଡଚଣା ଥାନା କଡେଇ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ବୋଲବମ ଭକ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ନରସିଂହପୁର ଗ୍ରାମର ସୁଶାନ୍ତ କୁମାର ସାହୁ ବୋଲି ଜଣାପଡିଛି । ବଡ଼ଚଣା ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, କୁଆଖିଆ ଥାନା ନରସିଂହପୁର ଗ୍ରାମର 40 ଜଣ କାଉଡ଼ିଆ କଟକ ଗଡଗଡିଆରୁ ପାଣି ଉଠାଇ ହରିପୁର ହାଟ ମଣି ମନ୍ଦିରକୁ ଆସୁଥିଲେ । ବଡ଼ଚଣା ଛକ ନିକଟସ୍ଥ ଡଲିପିନି ଟାଙ୍କି ପାଖରେ କାଉଡ଼ିଆ ଭକ୍ତ ସୁଶାନ୍ତ ସାହୁଙ୍କୁ ଟ୍ରକ ଧକ୍କା ଦେଇଥିଲା । ଫଳରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ