ଯାଜପୁର: ଜିଲ୍ଲାର ସୁକିନ୍ଦା ଥାନା ଅନ୍ତର୍ଗତ କରଡାପାଳ ଗାଁରେ ଅଭାବନୀୟ ଘଟଣା । ସ୍ଥାନୀୟ ବ୍ରାହ୍ମଣୀ ନଦୀରେ ବୁଡି ଯୁବକ ମୃତ। ସୂଚନ ମୁତାବକ ମୃତ ଯୁବକ ଅମନ କୁମାର ଦାସ(ଜଗା) ବୟସ ୩୫, ସେ ଆଜି(ବୁଧବାର) ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଉଥିବା ବେଳେ ବ୍ରାହ୍ମଣୀ ନଦୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ଦେଖି ବହୁତ ଖୋଜାଖୋଜି କରିବା ପରେ ବ୍ରାହ୍ମଣୀ ନଦୀ ଭିତରୁ ଯୁବକ ଅମନଙ୍କର ମୃତଦେହ ମିଳିଥିଲା।
ମୃତ୍ୟୁ ଅମନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ଯୋଗେ ଦାନଗଦି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସେହି ବ୍ରାହ୍ମଣୀ ନଦୀରେ ଆଗରୁ ଅଟେ ଅନେକ ଲୋକ ମୃତ୍ୟୁବରଣ ଘଟିଥିବା ବେଳେ ସ୍ଥାନୀୟ ଲୋକ ମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଥିଲ । ମୃତ ଅମନ ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ