ETV Bharat / state

ମହିଳାଙ୍କ ଅନ୍ତିମ ସତ୍କାର କଲେ ଯୁବକ ସଂଘ, ସାଉଁଟିଲେ ପ୍ରଶଂସାସ - Bhagat Singh Youth Union help women

ଯାଜପୁର ରୋଡ ଡାକ୍ତରଖାନାରେ ଜଣେ ଆଦିବାସୀ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଖବର ପାଇ ସହିଦ ଭଗତ ସିଂ ଯୁବକ ସଂଘ ଏବଂ ବ୍ୟାସସେନା ଯୁବକ ସଂଘ ମିଳିତ ସହଯୋଗରେ ଏକ ଅସହାୟ ମହିଳାଙ୍କ ଅନ୍ତିମ ସତ୍କାର କରିଛନ୍ତି । ଅଧିକ ପଢନ୍ତୁ...

ମହିଳାଙ୍କ ଅନ୍ତିମ ସତ୍କାର କଲେ ଭଗତ ସିଂ ଯୁବକ ସଂଘ ଏବଂ ବ୍ୟାସସେନା ଯୁବକ ସଂଘ

author img

By

Published : Apr 4, 2021, 8:56 PM IST

ଯାଜପୁର : ଯାଜପୁର ରୋଡ ଡାକ୍ତରଖାନାରେ ଜଣେ ଆଦିବାସୀ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଖବର ପାଇ ସହିଦ ଭଗତ ସିଂ ଯୁବକ ସଂଘ ଏବଂ ବ୍ୟାସସେନା ଯୁବକ ସଂଘ ମିଳିତ ସହଯୋଗରେ ଏକ ଅସହାୟ ମହିଳାଙ୍କ ଅନ୍ତିମ ସତ୍କାର କରିଛନ୍ତି । ପ୍ରକାଶ ଯୋଗ୍ୟ ସ୍ୱପ୍ନା ବିରୁହାଁ ନାମକ ଏକ ମହିଳାଙ୍କ ଶବ ସତ୍କାର କଲେ ଏହି ସଂଗଠନର ସଦସ୍ୟମାନେ । ଏହି ମହିଳା ଜଣକ ଧବଳଗିରିସ୍ଥିତ ଏକ ବସ୍ତିରେ ରହି ଆସୁଥିଲେ । ତାଙ୍କର ପରିବାର କହିଲେ ୧୨ବର୍ଷର ଏକ ପୁତ୍ର ସନ୍ତାନ ଏବଂ ସେ ବ୍ୟାସନଗର ପୌରପାଳିକାରେ ଝାଡୁଦାର ଭାବେ କାର୍ଯ୍ୟ କରୁଥିଲେ ।

ମହିଳାଙ୍କ ଅନ୍ତିମ ସତ୍କାର କଲେ ଭଗତ ସିଂ ଯୁବକ ସଂଘ ଏବଂ ବ୍ୟାସସେନା ଯୁବକ ସଂଘ

ଗତ କିଛିଦିନ ସ୍ୱପ୍ନାଙ୍କ ଦେହ ଖରାପ ଥିଲା । ଚିକିତ୍ସା ପାଇଁ ଯାଜପୁର ରୋଡ ଡାକ୍ତରଖାନାକୁ ଆସି ସେଠାରେ ଚିକିତ୍ସିତ ହେଉଥିଲେ । ମାତ୍ର ତାଙ୍କୁ ସହଯୋଗ କରିବାକୁ ପାଖରେ କେହିବି ନଥିଲେ । ଏହି ଖବର ପାଇ ବ୍ୟାସସେନାର କିଛି ଯୁବକ ସହଯୋଗ ପାଇଁ ଆଗେଇ ଆସିଥିଲେ । ଯାଜପୁର ରୋଡ ଡାକ୍ତରଖାନାରେରେ ଦୁଇ ଦିନ ହେବ ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ, ମାତ୍ର ସ୍ୱପ୍ନାଙ୍କ ଅନ୍ତିମ ସତ୍କାର କରିବାକୁ ପାଖରେ କେହି ନଥିଲେ । ଶେଷରେ ଏହି ଖବର ପାଇ ସହିଦ ଭଗତସିଂ ଯୁବକ ସଂଘର ସଭାପତି ରାଜେନ୍ଦ୍ର ବିଶ୍ୱାଳ, ସଂପାଦକ ହେମନ୍ତ କୁମାର ଧୀର ଓ ବ୍ୟାସସେନାର ଅଭିଷେକ ପହି, ମଣିଭଦ୍ର ମଲ୍ଲିକ ସହିତ ତାଙ୍କ ସଙ୍ଘର ସଦସ୍ୟ ମାନେ ଯାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପହଞ୍ଚି ବ୍ୟାସ ସରୋବରସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ଏହି ଯୁବକଙ୍କର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.