ETV Bharat / state

ପାହାଡ ପାର୍ଶ୍ବରୁ ମୁର୍ମୁଷୁ ଅବସ୍ଥାରେ ମହିଳା ଉଦ୍ଧାର, ଦୁଷ୍କର୍ମ ଉଦ୍ୟମ ଅଭିଯୋଗ - ଯାଜପୁର ଜିଲ୍ଲାରେ ଉଦ୍ଧାର ହେଲେ ମହିଳା

ଯାଜପୁର ଜିଲ୍ଲା ଧାନମଣ୍ଡଳ ନିକଟରେ ଏକ ପାହଡ ପାର୍ଶ୍ବରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର ହେଲେ ମହିଳା । ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ପଢନ୍ତୁ ଅଧିକ.....

ପାହଡ ପାର୍ଶ୍ବରୁ ମୁର୍ମୁସୁ ଅବସ୍ଥାରେ ଉଦ୍ଧାର ହେଲେ ମହିଳା, ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

author img

By

Published : Nov 22, 2020, 5:16 PM IST

ଯାଜପୁର: ପାହାଡ ପାଦଦେଶରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର ହେଲେ ମହିଳା । ଘଟଣା ଘଟିଛି ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳରେ । ଧାନମଣ୍ଡଳ ନିକଟରେ ଥିବା ଏକ ପାହାଡ ପାଦ ଦେଶରେ ମହିଳା ଜଣଙ୍କୁ ମୁର୍ମୁଷୁ ଅବସ୍ଥାରେ ଠାବ କରାଯାଇଛି । ତେବେ ଉଦ୍ଧାର ମହିଳା ଜଣଙ୍କ କିଛି ଦିନ ହେବ ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳରେ ଭଡା ନେଇ ରହୁ ଥିବାବେଳେ ସେ ବୁଲି ବୁଲି ଷ୍ଟେସନାରୀ ବ୍ୟବସାୟ କରନ୍ତି ବୋଲି ପ୍ରାଥମିକ ଭାବେ ଜଣାପଡିଛି ।

ପାହଡ ପାର୍ଶ୍ବରୁ ମୁର୍ମୁସୁ ଅବସ୍ଥାରେ ଉଦ୍ଧାର ହେଲେ ମହିଳା, ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ତେବେ ସେ ଶନିବାର ରାତିରେ ଘରକୁ ଫେରିବା ସମୟରେ ଚଣ୍ଡିଖୋଲ ଛକରେ ଜଣେ ଅଚିହ୍ନା ବ୍ୟକ୍ତି ତାଙ୍କୁ ଧାନମଣ୍ଡଳରେ ଛାଡି ଦେବାକୁ କହି ବାଇକରେ ନେଇଥିଲେ । ହେଲେ ଧାନମଣ୍ଡଳ ଯିବା ପରିବର୍ତ୍ତେ ସ୍ଥାନୀୟ ଏକ ପାହାଡ଼ ପାଖକୁ ନେଇ ଦୁଷ୍କର୍ମ ଉଦ୍ୟମ କରିବାକୁ ଚେଷ୍ଟା କରିବାରୁ ମହିଳା ଏହାର ବିରୋଧ କରିଥିଲେ । ଫଳରେ ବ୍ୟକ୍ତି ଜଣଙ୍କ ଏକ ବ୍ଲେଡରେ ମହିଳାଙ୍କ ହାତ କାଟି ମୁର୍ମୁଷୁ ଅବସ୍ଥାରେ ତାଙ୍କୁ ଛାଡିଦେଇ ଘଟଣାସ୍ଥଳରୁ ଖସି ପଳାଇଯାଇଥିବା ଅଭିଯୋଗ ହୋଇଛି ।

ଆଜି ସକାଳେ ସ୍ଥାନୀୟ ଅଞ୍ଚଳର କିଛି ଲୋକେ ମହିଳା ଜଣଙ୍କୁ ଏପରି ଅବସ୍ଥାରେ ପଡିଥିବା ଦେଖି ଉଦ୍ଧାର କରି ମେ଼ଡିକାଲରେ ଭର୍ତ୍ତି କରିଥିଲେ । ପରେ ପୋଲିସକୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ବଡଚଣା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ମହିଳା ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କ ସମ୍ପର୍କୀୟ ମେଡିକାଲରେ ପହଞ୍ଚିଥିବା ଜଣା ପଡିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.