ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ପରିସରରେ ବିଭିନ୍ନ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସ୍ଥାନୀୟ ବିଡିଓ ଓ ତହସିଲଦାର ଯୋଗ ଦେଇ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା ।
ବିଶେଷ କରି କୋରୋନା ସମୟରେ ଶ୍ରମିକମାନଙ୍କୁ କାମ ଦେବା ପାଇଁ ମନରେଗା ଯୋଜନାକୁ ଠିକଣା ଭାବେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଅଧିକ ଲୋକମାନଙ୍କୁ ଅଧିକରୁ ଅଧିକ କାମ ଯୋଗାଇଦେବା ସହିତ ସେମାନଙ୍କୁ ଠିକଣା ସମୟରେ ପାଉଣା ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ