ETV Bharat / state

ବନ୍ୟା ଜଳରେ ଭାସିଗଲେ ନାବାଳକ, ଦୁଇ ଘଣ୍ଟା ପରେ ହେଲେ ଉଦ୍ଧାର - boy rescue from river

ଢେଙ୍କାନାଳରେ ଭାସିଲେ । ଦୀର୍ଘ ଦୁଇ ଘଣ୍ଟା ପରେ ଯାଜପୁରରୁ ଉଦ୍ଧାର ହେଲେ ନାବାଳକ । ଯାଜପୁର ଧର୍ମଶାଳା ବ୍ଲକ ଏଣ୍ଡଳାବର ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା । ଅଧିକ ପଢନ୍ତୁ...

ବନ୍ୟା ଜଳରେ ଭାସିଗଲେ ନାବାଳକ, ଦୁଇ ଘଣ୍ଟା ପରେ ହେଲେ ଉଦ୍ଧାର

author img

By

Published : Sep 14, 2021, 9:50 PM IST

ଯାଜପୁର: କଥାରେ ଅଛି ଯାହାକୁ ରଖିବେ ଅନନ୍ତ କେ କରିପାରେ ବଳବନ୍ତ । ସେଭଳି କିଛି ଘଟଣା ସାମ୍ନାକୁ ଆସିଛି ଯାଜପୁରରୁ । ଢେଙ୍କାନାଳର ଜଣେ ନାବାଳକ ବ୍ରାହ୍ମଣୀ ନଦୀରେ ଭାସି ଯାଇଥିଲେ । ହେଲେ ଉଦ୍ଧାର ହେଲେ ଯାଜପୁରରୁ । ତାହା ପୁଣି ଜୀବନ୍ତ । ନଦୀରେ ଦୁଇ ଘଣ୍ଟାର ସଂଘର୍ଷ ପରେ ନାବାଳକଙ୍କୁ ଜୀଅଁନ୍ତା ଉଦ୍ଧାର କରିଛନ୍ତି ଯାଜପୁର ଏଣ୍ଡଳାବର କିଛି ନାବିକ ଓ ସମାଜସେବୀ ।

ବନ୍ୟା ଜଳରେ ଭାସିଗଲେ ନାବାଳକ, ଦୁଇ ଘଣ୍ଟା ପରେ ହେଲେ ଉଦ୍ଧାର

ଘଟଣାରୁ ପ୍ରକାଶ କି, ମଙ୍ଗଳବାର ସକାଳ ପ୍ରାୟ 10ଟା ସମୟରେ ଯାଜପୁର ଧର୍ମଶାଳା ବ୍ଲକ ଏଣ୍ଡଳବାର ଅଭିମନ୍ୟୁ ଦାଶଙ୍କ ନିକଟକୁ ଢେଙ୍କାନାଳ ଜିଲ୍ଲାର ପଥର କଣି ଗ୍ରାମରୁ ଏକ କଲ୍ ଆସିଥିଲା । ସେପଟୁ ଜଣେ ବ୍ୟକ୍ତି କହିଥିଲେ ଆମରେ ଜଣେ ପିଲା ବ୍ରାହ୍ମଣୀ ନଦୀର ବନ୍ୟାଜଳରେ ଭାସି ଯାଉଛି । ସେ ଏହି ଖବର ଶୁଣି ଗ୍ରାମର କିଛି ସମାଜସେବୀ ଓ ନାବିକଙ୍କୁ ଜଣାଇଥିଲେ । ଏହାପରେ ଏଣ୍ଡଳବାର ବ୍ରାହ୍ମଣୀ ନଦୀ କୂଳରେ ଥିବା ନାବିକ ଓ ସମାଜସେବୀ ଅପେକ୍ଷା କରି ରହିଥିଲେ । ଦୀର୍ଘ ଦୁଇ ଘଣ୍ଟା ପରେ ନଦୀ ଭିତରୁ ଏକ ହାତ ହଲାଇବାର ଦେଖିବାକୁ ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ପାଖରେ ଥିବା ଡଙ୍ଗାକୁ ନେଇ ନଦୀ ଭିତରକୁ ଚାଲି ଯାଇଥିଲେ । ସେଠାରୁ ସେମାନେ ୫ କିଲୋମିଟର ଦୂର ବାଲିକୁଦିଆ ନଦୀ କୂଳରୁ ନାବାଳକକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିଲେ ।

ପିଲାଟି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରସ୍ଥିତ ପଣ୍ଡୁଆ ଗ୍ରାମର ସୁଶାନ୍ତ ବାରିକଙ୍କ ପୁଅ ଅଲ୍ହା ବାରିକ(17) । ସେ ତାଙ୍କ ମାମୁଁ ଘର ପଥରକଣିରେ ରହୁଥିଲେ । ନାବଳକଟି ଆଜି ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ବନ୍ୟା ଜଳରେ ଭାସି ଆସିଥିଲେ ।

ଏଣ୍ଡଳବା ଗ୍ରାମର ନାବିକ ଧକେଇ ବେହେରା, ମଦନ ବେହେରା, ବାବୁଲି ମଲ୍ଲିକ,ଗୋବିନ୍ଦ ତରାଇ, ସନ୍ତୋଷ ବେହେରା, କବି ତରାଇ, ରବି ତରାଇ ନାଉରି ଭାଇମାନେ ମିଶି ବାଳକକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ଏନେଇ କିଛି ସମାଜସେବୀ ଓ ସାମ୍ବାଦିକ ଜେନାପୁର ଥାନାକୁ ଖବର ଦେଇଥିଲେ । ଏଥିସହ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଦାନଗଦି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ପିଲାଟିର ଘର ଲୋକଙ୍କୁ ଜଣାଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.