ଯାଜପୁର : ଖରସ୍ରୋତା ନଦୀରେ ଗାଧୋଇବାକୁ ଯାଇ ଭାସି ଗଲେ ଶ୍ରମିକ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସୟଦପୁର ପଞ୍ଚାୟତ ମିରସାହିରେ । ଆଜି ମେଗା ପ୍ରୋଜେକ୍ଟରେ କାର୍ଯ୍ୟରତ ୭ଜଣ ଶ୍ରମିକ ନଦୀରେ ଗାଧଉଥିଲେ l ସେମାନଙ୍କ ମଧ୍ୟରୁ ଜଣଙ୍କର ଗୋଡ଼ ଖସିଯିବାରୁ ନଦୀରେ ବୁଡ଼ି ଯାଇଥିଲେ l ନିଖୋଜ ଶ୍ରମିକ ହେଲେ କଏଣା ରଘୁନାଥପୁର ପଞ୍ଚାୟତର ରମେଶ ଦାସଙ୍କ ପୁଅ ବିଶ୍ୱଜିତ ଦାସ ।
ଏନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଥିବା ସମୟରେ ବୋଟଟି ଖରାପ ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଇଟିଭି ଭାରତ, ଯାଜପୁର