ଯାଜପୁର: ଯାଜପୁର ରୋଡ ଥାନା ଜୋକଡ଼ିଆ ଖରସ୍ରୋତା ନଦୀରେ ଅଘଟଣ । ମାଛ ଧରିବାକୁ ଯାଇ ମାଛଧରାଳି ନଦୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ସୂଚନା ମୁତାବକ ଆଜି(ଗୁରୁବାର) ଅପରାହ୍ନରେ ଜୋକଡ଼ିଆ ଖରସ୍ରୋତା ନଦୀକୁ ମାଛ ଧରିବାକୁ ଯାଇଥିଲେ ।
ତେବେ ସ୍ଥାନୀୟ ଲୋକମାନେ ୧ ଘଣ୍ଟା ଧରି ନଦୀରେ ଖୋଜାଖୋଜି ପରେ ମାଛଧରାଳିର ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ମୃତକ ଜଣକ ହେଉଛନ୍ତି ଶଗଡି ଗ୍ରାମର ସେକ ମଇଉଦ୍ଦିନ । ତେବେ ଯାଜପୁର ରୋଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ