ଯାଜପୁର: କେନାଲରେ ବୁଡ଼ି ଏକ ଅଢେଇ ବର୍ଷ ଶିଶୁର ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ଚଇନପୁର ପଞ୍ଚାୟତର ଗୋପାଳପୁର ଗ୍ରାମରେ । ମୃତ ଶିଶୁଜଣକ ହେଲେ ଗୋପାଳପୁର ଗ୍ରାମର ଜଗନ୍ନାଥ ସୁତାରଙ୍କ ପୁତ୍ର ସ୍ବରୂପ ସୁତାର ।
ସୂଚନା ଅନୁଯାୟୀ, ଗୁରୁବାର ସ୍ବରୁପ ତାଙ୍କ ଘର ନିକଟ ଥିବା କେନାଲ ବନ୍ଧ ଉପରେ ଖେଳୁଥିବା ସମୟରେ ଗଭୀର ପାଣିକୁ ଖସିପଡ଼ିଥିଲେ । ଏହାପରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମକେଇପୁର କେନାଲ ପାଣିରୁ ସ୍ବରୁପଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟଚିକିତ୍ସାଳୟକୁ ଆଣିଥିଲେ ।
ମାତ୍ର ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ