ଯାଜପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ୯୩ତମ ଯଜ୍ଞୋତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଅନ୍ୟତମ ଶକ୍ତିପୀଠ ଭାବେ ପରିଚିତ ଶଙ୍ଖଚିଲା ସ୍ଥିତ ହିଙ୍ଗୁଳାଙ୍କ ପୀଠରେ ଚଳିତ ଥର ବିନା କଟକଣାରେ ମା'ଙ୍କ ପୂଜାର୍ଚ୍ଚନା ଚାଲିଛି । ମା'ଙ୍କ ଦର୍ଶନ କରି ଆଶିଷ ଲାଭ କରିବାକୁ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ମା'ଙ୍କ ପୂଜା ପାଇଁ ଯାଜପୁର ଜିଲ୍ଲାର ପ୍ରତ୍ୟେକ ଗାଁ ଠାରୁ ସହର ଚଳଚଞ୍ଚଳ ହୋଇ ଉଠିଛି । ଘଣ୍ଟ, ଶଙ୍ଖ, ମନ୍ତ୍ରରେ ପୀଠ ପରିସର ପ୍ରକମ୍ପିତ ହୋଇ ଉଠୁଛି । ଆଡ଼ମ୍ବର ସହକାରେ ଚାଲିଛି କରୁଣାମୟୀ ମା' ହିଙ୍ଗୁଳାଙ୍କ ପୂଜା ବା ଯଜ୍ଞୋତ୍ସବ ।
ହିଙ୍ଗୁଳାଙ୍କ ପୀଠରେ ୬ ଦିନ ଧରି ଚାଲିବାକୁ ଥିବା ଏହି ପୂଜା ଉତ୍ସବକୁ ବେଶ ଧୁମଧାମରେ ପାଳନ କରାଯାଉଛି । ଗତ ୫ ତାରିଖ ଦିନରୁ ମା'ଙ୍କ କଳସ ସ୍ଥାପନ କରାଯାଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଆଜି(ସୋମବାର) ମା'ଙ୍କ ପୂଜାତ୍ସୋବର ସମାପ୍ତ ହେବ । ପୂଜା ସମୟରେ ମା'ଙ୍କ ଦର୍ଶନ କରି ଯାହା ମାନସିକ କଲେ ପୂରଣ ହୁଏ ବୋଲି ବିଶ୍ବାସ ରହିଛି । ତେଣୁ ପୂଜା ସମୟରେ ଶଙ୍ଖଚିଲା ପୀଠରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାରହଜାର ଭକ୍ତଙ୍କ ଭିଡ଼ ଜମିଛି ।
ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶଙ୍ଖଚିଲା ସ୍ଥିତ ମା' ହିଙ୍ଗୁଳାଙ୍କ ପୀଠରେ ଆରମ୍ଭ ହୁଏ ପୂଜା ବା ଯଜ୍ଞୋତ୍ସବ । ଚଳିତ ବର୍ଷ କୌଣସି କଟକଣା ନଥିବାରୁ ଯଜ୍ଞୋତ୍ସବକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଜଗତଜନାନୀ ମା' ହିଙ୍ଗୁଳାଙ୍କ ଯଜ୍ଞରେ ସାମିଲ ହେବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଛି । ପୂଜା ଅବସରରେ ପୂଜା କମିଟି ପକ୍ଷରୁ ଏଠାରେ ବଡ଼ ମିନା ବଜାର ସାଙ୍ଗକୁ ସଂସ୍କୃତି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଯାହା ମାନସିକ କଲେ ମା' ପୂରଣ କରିଥାନ୍ତି । ମା'ଙ୍କ ଯଜ୍ଞକୁଣ୍ଡରେ ନଡ଼ିଆ ପକାଇ ମାନସିକ କରାଯାଏ । ସପରିବାର ସହ ଆସି ମା'ଙ୍କ ଆଶିଷ ଲାଭ କରିଛୁ । ମା'ଙ୍କ ଦର୍ଶନ କରିବା ସାଙ୍ଗକୁ ମିନା ବଜାରର ମଧ୍ୟ ବ୍ୟବସ୍ଥା କରାଯାଇଛି ।" ସେପଟେ ଜନସମାଗମକୁ ଦୃଷ୍ଟିରେ ରଖି ହିଙ୍ଗୁଳା କମିଟି ପକ୍ଷରୁ ପୋଲିସ ଓ ପ୍ରଶାସନର ସହଯୋଗରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି l
ଇଟିଭି ଭାରତ, ଯାଜପୁର