ETV Bharat / state

ହଜିଗଲା ମାନବିକତା, ସମ୍ପତ୍ତି ପାଇଁ ବୃଦ୍ଧାଙ୍କୁ ଖୁଣ୍ଟରେ ବାନ୍ଧି ଭାଙ୍ଗିଦେଲେ ଘର - jajpur land dispute

ବୃଦ୍ଧାଙ୍କୁ ମାଡ଼ ମାରିବା ସହ ଖୁଣ୍ଟରେ ବାନ୍ଧି ଘର ଭାଙ୍ଗିଦେଲେ ସମ୍ପର୍କୀୟ। ଫିଙ୍ଗିଦେଲେ ସମସ୍ତ ଆସବାସ ପତ୍ର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର କୋରେଇ ଥାନା ଅଞ୍ଚଳରେ । ଏତଲା ପାଇବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ପତ୍ତି ପାଇଁ ମଣିଷ ସାଜିଲା ପଷୁ, ବୃଦ୍ଧାଙ୍କୁ ଖୁଣ୍ଟରେ ବାନ୍ଧି ଭାଙ୍ଗିଦେଲେ ଘର

author img

By

Published : Jul 18, 2021, 7:32 AM IST

ଯାଜପୁର: ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ସହ ତାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି ସମ୍ପର୍କୀୟ । ଏହି ଘଟଣାଟି ହେଉଛି ଯାଜପୁର ଜିଲ୍ଲା କୋରାଇ ଥାନା ଶିଶୁଆ ଗ୍ରାମର । ମିଳିଥିବା ସୂଚନା ମୁତାବକ ଶିଶୁଆ ଗ୍ରାମର ଗନ୍ଧର୍ବ ମହାରଣା ନିକଟସ୍ଥ ଶାଳକଣା ଗ୍ରାମ ରାସ୍ତା କଡ଼ରେ ଥିବା ନିଜ ଜମିରେ କିଛିଦିନ ହେବ ଘର କରି ସପରିବାର ରହୁଛନ୍ତି । ହେଲେ ଘର କରିଥିବା ଜମିକୁ ନେଇ ସମ୍ପର୍କୀୟ ସ୍ଥାନୀୟ ଖସାଗଡିଆ ଗ୍ରାମର ଅଲେଖ ମହାରଣାଙ୍କ ପରିବାର ସହ କିଛିଦିନ ହେବ ତାଙ୍କର ତିକ୍ତତା ଲାଗି ରହିଥିଲା । ଏହି ଜମିକୁ ନେଇ ବିଭିନ୍ନ ସମୟରେ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହେଉଥିଲା ।

ହଜିଗଲା ମାନବିକତା, ସମ୍ପତ୍ତି ପାଇଁ ବୃଦ୍ଧାଙ୍କୁ ଖୁଣ୍ଟରେ ବାନ୍ଧି ଭାଙ୍ଗିଦେଲେ ଘର

କଥା ଥାନାରୁ ଯାଇ କୋର୍ଟରେ ପହଞ୍ଚିଥିଲା । ଏନେଇ ହୋଇଥିବା ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି । ତେବେ ଉଭୟ ପରିବାର ମଧ୍ୟରେ ଲାଗିରହିଥିବା ଏହି ବିବାଦ ଗତକାଲି ଅପରାହ୍ନରେ ଉଗ୍ରରୂପ ନେଇଥିଲା । ଗନ୍ଧର୍ବ ଘରେ ନଥିବା ସମୟରେ ତାଙ୍କ ସମ୍ପର୍କୀୟ ୨୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଧରି ସେଠାରେ ପହଞ୍ଚିଥିଲେ । ଘରେ ଥିବା ଗନ୍ଧର୍ବଙ୍କ ପୁଅ, ଝିଅ ନାତି ନାତୁଣୀଙ୍କୁ ମାରଣାସ୍ତ୍ର ଦେଖାଇ ଧମକାଇବା ସହ ମାଡ଼ ମାରିଥିଲେ । ସେମାନେ ଭୟରେ ସେଠାରୁ ଗାଁ ଭିତରକୁ ପଳାଇଥିଲେ। ଏହି ସମୟରେ ଘରେ ଥିବା ଗନ୍ଧର୍ବଙ୍କ ସ୍ତ୍ରୀ ସାବିତ୍ରୀ ମହାରଣାଙ୍କୁ ସେମାନେ ନିସ୍ତୁକ ମାଡ଼ ମାରିବା ସହ ଦଉଡ଼ି ସାହାଯ୍ୟରେ ଖୁଣ୍ଟରେ ବାନ୍ଧି ଦେଇଥିଲେ ଏବଂ ତାଙ୍କ ମୁହଁରେ ଲଙ୍କା ଲୁଣ ଲଗାଇଥିଲେ। ପରେ ଘରର ଆସବାସ ପତ୍ର ବାହାରକୁ ଫିଙ୍ଗିଦେଇ ଘର ସମ୍ପୁର୍ଣ୍ଣ ଭାଙ୍ଗି ଦେଇଥିଲେ।

ଏଥିସହିତ ଘରେ ଥିବା ୩୮ ହଜାର ଟଙ୍କା ଓ ସୁନା ଅଳଙ୍କାର ନେଇଯାଇଥିବା ଅଭିଯୋଗ ହୋଇଛି । ତେବେ ଅଭିଯୁକ୍ତ ମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପୀଡିତ ପରିବାର ଦାବି ଜଣାଇଛନ୍ତି ।

କିଛି ଲୋକ ଘର ଭଙ୍ଗାରୁଜା କରୁଥିବା ଖବର ପାଇ ସ୍ଥାନୀୟ ଗାଁ ଲୋକେ ସେଠାରେ ପହଞ୍ଚିଥିଲେ । ଲୋକଙ୍କୁ ଦେଖି ଘର ଭାଙ୍ଗୁଥିବା ଦୁର୍ବୃତ୍ତମାନେ ସେଠାରୁ ପଳାଇଥିଲେ । ପରେ ଏନେଇ ଗନ୍ଧର୍ବଙ୍କ ପରିବାର ପକ୍ଷରୁ କୋରାଇ ଥାନାରେ ଲିଖିତ ଏତଲା ଦିଆଯାଇଥିଲା । ଏତଲା ପାଇବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ ଆରମ୍ଭ କରିଛି । ତୁରନ୍ତ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଅଭିଯୁକ୍ତ ମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏପରି ଅମାନୁଷିକ କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.