ETV Bharat / state

ପ୍ଲାଜମା ଦାନ ପାଇଁ ଯାଜପୁରରୁ କଟକ ଗଲେ 6 ଜଣ - plasma donor

ପ୍ଲାଜମା ଦାନ କରିବା ଶୁକ୍ରବାର ଯାଜପୁର ଜିଲ୍ଲାର ବରୀ ଅଞ୍ଚଳରୁ ୬ ଜଣ କଟକ ଯାଇଛନ୍ତି । ସେମାନେ ଆସନ୍ତାକାଲି ନିଜର ପ୍ଲାଜମା ଦାନ କରିବେ ।

ପ୍ଲାଜମା ଦାନ ପାଇଁ ଯାଜପୁରରୁ କଟକ ଗଲେ 6 ବ୍ୟକ୍ତି

author img

By

Published : Aug 14, 2020, 7:44 PM IST

ଯାଜପୁର: ଗୁରୁତର କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ପ୍ଲାଜମା ଥେରାପିର ଆରମ୍ଭ କରାଯାଇଛି । ପ୍ଲାଜମା ଦାନ କରିବା ଶୁକ୍ରବାର ଯାଜପୁର ଜିଲ୍ଲାର ବରୀ ଅଞ୍ଚଳରୁ ୬ ଜଣ କଟକ ଯାଇଛନ୍ତି । ସେମାନେ ଆସନ୍ତାକାଲି ନିଜର ପ୍ଲାଜମା ଦାନ କରିବେ ।

ପ୍ଲାଜମା ଦାନ ପାଇଁ ଯାଜପୁରରୁ କଟକ ଗଲେ 6 ବ୍ୟକ୍ତି

ନିକଟରେ କୋରୋନା ରୋଗରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରି ଅନ୍ୟ ଗୁରୁତର ରୋଗୀଙ୍କ ଚିକିତ୍ସାରେ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । ଏପରିକି ପ୍ରତ୍ୟେକ ବିଧାୟକଙ୍କୁ ପ୍ଲାଜମା ଦାନ କରିବା କ୍ଷେତ୍ରରେ ରୋଗୀଙ୍କୁ ଉତ୍ସାହିତ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ପ୍ଲାଜମା ଦାନ କରିବାକୁ ଇଛାପ୍ରକାଶ କରିଥିବା ବ୍ୟକ୍ତିଙ୍କୁ ସ୍ବାଗତ କରିଥିଲେ । ଅନ୍ୟପକ୍ଷରେ ପ୍ଲାଜମା ଦାନ କରିବାକୁ ଆସିଥିବା ବ୍ୟକ୍ତି ମାନେ ଅନ୍ୟ ସୁସ୍ଥ ବ୍ୟକ୍ତି ମାନଙ୍କୁ ପ୍ଲାଜମା ଦାନ କରିବାକୁ ନିବେଦନ କରିଛନ୍ତି । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.