ETV Bharat / state

ଗ୍ୟାସ ଲିକ୍ ଯୋଗୁଁ ଜଳିଲା ଘର, ଗୋଟିଏ ପରିବାରର ୫ ଆହତ

author img

By

Published : May 4, 2022, 10:11 AM IST

Updated : May 4, 2022, 2:20 PM IST

ଗ୍ୟାସ ଲିକ୍‌ ଯୋଗୁଁ ଘରେ ଲାଗିଲା ନିଆଁ । ଗୋଟିଏ ପରିବାରର ୫ ଜଣ ଆହତ । ଅଧିକ ପଢନ୍ତୁ

ଗ୍ୟାସ ଲିକ୍ ଯୋଗୁଁ ଜଳିଲା ଘର, ଗୋଟିଏ ପରିବାରର ୫ ଆହତ
ଗ୍ୟାସ ଲିକ୍ ଯୋଗୁଁ ଜଳିଲା ଘର, ଗୋଟିଏ ପରିବାରର ୫ ଆହତ

ଯାଜପୁର: ଗ୍ୟାସ ଲିକ୍ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ । ଗୋଟିଏ ପରିବାରର ୫ ଜଣ ଆହତ । ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ ଯାଜପୁର ବ୍ଳକ ନାଥସାହି ଗାଁର ଦିଜ କୁଣ୍ଡୁଙ୍କ ଘରେ ଏହି ଅଘଟଣ ଘଟିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁଯାୟୀ, ସନ୍ଧ୍ୟା ସମୟରେ ଦିଜଙ୍କ ଘର ଗ୍ୟାସ ଲିକ୍ ହୋଇଥିଲା। ପରିବାର ଲୋକ ଏହା ଜାଣି ପାରିନଥିଲେ । ରୋଷେଇ ପାଇଁ ଗ୍ୟାସ୍ ଲଗାଇବା ବେଳେ ହଠାତ ନିଆଁ ଚାରିଆଡେ ବ୍ୟାପୀ ଯାଇଥିଲା । ନିଆଁକୁ ଆୟତ୍ତ କରିବାକୁ ଯାଇ ପରିବାର ଲୋକେ ଆହତ ହୋଇଥିଲେ । ଦିଜଙ୍କ ସମେତ ପତ୍ନୀ ବିଜୁଳି, ଝିଅ ମଞ୍ଜୁଲତା, ଜ୍ବାଇଁ ନାରାୟଣ ବେହେରା ଏବଂ ଜଣେ ନାତୁଣୀ ଏଥିରେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଝିଅ ଓ ନାତୁଣୀର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ଅନ୍ୟମାନଙ୍କ ଅବସ୍ଥା ଭଲ ରହିଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : May 4, 2022, 2:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.