ETV Bharat / state

ବିଞ୍ଝାରପୁରରେ ଲକଡାଉନ କଟକଣା, ଅମାନିଆଙ୍କୁ ସାବାଡ୍ କଲା ପ୍ରଶାସନ

author img

By

Published : Jul 21, 2020, 6:22 PM IST

ଯାଜପୁର ଜିଲ୍ଲାରେ 14 ଦିନିଆ ଲକଡାଉନ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ବିଞ୍ଝାରପୁରରେ 4ର୍ଥ ଦିନ ଲକଡାଉନରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଏହି ଚଢାଉ ବେଳେ କେତେକ ଅମାନିଆ ଗାଡି ଚାଳକଙ୍କ ଗାଡି ଜବତ କରିବା ସହ ଫାଇନ ଆଦାୟ କରାଯାଇଛି । ଅଧିକ ପଢନ୍ତୁ...

4th day lockdown in jajpur
ବିଞ୍ଝାରପୁର ଲକଡାଉନ କଟକଣା ବେଳେ ଅମାନିଆଙ୍କୁ ସାବାଡ୍ କଲା ପ୍ରଶାସନ

ଯାଜପୁର: ଜିଲ୍ଲାରେ କଡାକଡି ଭାବେ ପାଳନ ହେଉଛି 14 ଦିନିଆ ଲକଡାଉନ । ଏହି କ୍ରମରେ ବିଞ୍ଝାରପୁର ବ୍ଳକରେ ଚତୁର୍ଥ ଦିନ ଲକଡାଉନରେ ଯାଜପୁର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ଅସ୍ମିତା ଦାସ, ବିଡ଼ିଓ ମୀନତି ଜଗଦେବ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ।

ଦିନ ୧୦ଟା ସମୟରେ ବିଞ୍ଝାରପୁର ବଜାରରେ ପହଞ୍ଚି କେତେକ ଅମାନିଆ ଗାଡ଼ି ଚାଳକଙ୍କ ଠାରୁ ଗାଡ଼ି ଜବତ କରିଥିଲେ । ଏଥିସହ କେତେକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଫାଇନ ମଧ୍ୟ ଆଦାୟ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଚଢାଉରେ ସମୟରେ ବିଞ୍ଝାରପୁର ଥାନାଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ ।

କୋରୋନା ଉପରେ ରୋକ୍ ଲଗାଇବାକୁ ସରକାର ଲାଗୁ କରିଥିବା ଲକଡାଉନ ସମସ୍ତଙ୍କୁ ପାଳନ କରିବାକୁ ପରାମର୍ଶ ଦେବା ସହ ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଥିଲେ । ସକାଳ 6ଟା ଠାରୁ ଦିନ 1ଟା ପର୍ଯ୍ୟନ୍ତ କେବଳ ଜରୁରୀ ସାମଗ୍ରୀ କିଣିବା ପାଇଁ ଅନୁମତି ରହିଥିବା ବେଳେ କେତେକ ଏହାର ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଥିଲା ।

ପ୍ରକାଶ ଥାଉ କି, ଜିଲ୍ଲାରେ ଏଯାବତ୍ 1023 ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ 839 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ କୋରୋନାର ଅଣାୟତ୍ତ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଉରକେଲା ମହାନଗର ନିଗମ ସମେତ ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଯାଜପୁର ଜିଲ୍ଲାକୁ 14 ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଏସବୁ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବହୁଳ ମାତ୍ରାରେ ରହିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.