ଯାଜପୁର: ରାଜ୍ୟରେ ଆଉ 4 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ 4 କୋରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଏହି 4 ଜଣ କୋଲକତା ଫେରନ୍ତା ବୋଲି ଜଣାପଡିଛି। ଜିଲ୍ଲାରେ କୋରୋନା ପଜିଟିଭ ମାମଲା 12କୁ ବୃଦ୍ଧି ପାଇଛି ।
ଯାଜପୁରରୁ ଆଉ 4 କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 87ରେ ପହଞ୍ଚିଛି । ମୋଟ 87 ଜଣ କୋରୋନା ପଜିଟିଭ ମଧ୍ୟରୁ 61 ଜଣ ପୁରଷ ଥିବା ବେଳେ 26 ଜଣ ମହିଳା ଅଛନ୍ତି । ଯାଜପୁରର ନୂଆ ୪ ପଜିଟିଭଙ୍କ ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର। ଆକ୍ରାନ୍ତଙ୍କ ମଧ୍ୟରେ ୪୮ ବର୍ଷୀୟ ମହିଳା ରହିଥିବା ବେଳେ ଜଣେ ୭୦ ବର୍ଷୀୟ ବୃଦ୍ଧା, ଜଣେ ୮୦ ବର୍ଷୀୟ ବୃଦ୍ଧା ଓ ଜଣେ ୨୧ ବର୍ଷୀୟ ଯୁବକ ରହିଛନ୍ତି ।
ଭୁନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ