ETV Bharat / state

ବାଇକରେ ଆସି ଝାମ୍ପିନେଲେ ବ୍ୟାଗ, 4 ଲୁଟେରାକୁ କାବୁ କଲେ ଗ୍ରାମବାସୀ ଓ ପୋଲିସ

ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଟମକା ଥାନା ନିକଟ ଛକରୁ 2 ଜଣ ଯୁବକ ସନାତନ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ହାତରୁ ବ୍ୟାଗ ଛଡାଇ ନେଇ ପଳାଉଥିଲେ । ଗ୍ରାମବାସୀ ଓ ପୋଲିସ ମିଳିତ ଭାବେ ଚୋରଙ୍କୁ କାବୁ କଲେ । ଅଧିକ ପଢନ୍ତୁ...

ବାଇକରେ ଆସି ଝାମ୍ପିନେଲେ ବ୍ୟାଗ, 4 ଲୁଟେରାକୁ କାବୁ କଲେ ଗ୍ରାମବାସୀ ଓ ପୋଲିସ
ବାଇକରେ ଆସି ଝାମ୍ପିନେଲେ ବ୍ୟାଗ, 4 ଲୁଟେରାକୁ କାବୁ କଲେ ଗ୍ରାମବାସୀ ଓ ପୋଲିସ
author img

By

Published : Sep 28, 2020, 5:38 PM IST

ଯାଜପୁର: 4ଜଣ ଲୁଟେରାକୁ କାବୁ କଲେ ଗ୍ରାମବାସୀ । ବାଇକରେ ଆସି ଦୁବୃର୍ତ୍ତମାନେ ବ୍ୟାଗ ଝାମ୍ପି ନେଉଥିବାବେଳେ ଗ୍ରାମବାସୀ ଓ ପୋଲିସ ମିଳିତ ଭାବେ ଚୋରଙ୍କୁ କାବୁ କଲେ ।

ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଟମକା ଥାନା ନିକଟ ଛକରୁ 2 ଜଣ ଯୁବକ ସନାତନ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ହାତରୁ ବ୍ୟାଗ ଛଡାଇ ନେଇ ପଳାଉଥିଲେ । ସନାତନ ହୋହାଲ୍ଲା କରିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଥିଲା । ସୂଚନା ପାଇ ଟମକା ପୋଲିସ ଉକ୍ତ ଚାରିଜଣ ଡକାୟତଙ୍କ ପିଛା କରିଥିଲା । ଶାଳିଜଙ୍ଗା ଗ୍ରାମର ଲୋକମାନେ ପୋଲିସଙ୍କୁ ପୂର୍ଣ୍ଣ ସହଯୋଗ କରି ସେମାନଙ୍କୁ ଗିରଫ କରିଥିଲେ । ସୂଚନା ମୁତାବକ 4 ଜଣ ଲୁଟେରା ୨ଟି ନମ୍ବର ବିହୀନ ବାଇକରେ ଆସି ବ୍ୟାଗ ଝାମ୍ପି ନେଇଥିଲେ ।

ବାଇକରେ ଆସି ଝାମ୍ପିନେଲେ ବ୍ୟାଗ, 4 ଲୁଟେରାକୁ କାବୁ କଲେ ଗ୍ରାମବାସୀ ଓ ପୋଲିସ

ସେପଟେ ବ୍ୟାଗରେ ପାଖାପାଖି 60 ହଜାର ଟଙ୍କାର ଚାଲାଣ ଓ କିଛି ଜରୁରୀ କାଗଜପତ୍ର ଥିଲା । ଏନେଇ ସନାତନ ସଙ୍ଗେ ସଙ୍ଗେ ଟମକା ଥାନାରେ ଲିଖିତ ଏତଲା ଦେଇଥିଲେ । ଦୁଇ ଜଣ ଡକାୟତଙ୍କ ନାମ ଆଲୁ ରାଜକୁମାର ଓ କୁମାର ହାଲୁ ଏବଂ ଆଉ ଅନ୍ୟ ଦୁଇ ଜଣ ନାବାଳକ ଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.