ETV Bharat / state

୩ଶହ ଲିଟର ଦେଶୀ ମଦ ଜବତ, ୪ ଗିରଫ

author img

By

Published : Jul 21, 2021, 8:05 PM IST

ଯାଜପୁରରେ ଜବତ ହେଲା ୩ଶହ ଲିଟର ଦେଶୀ ମଦ । ୪ ଜଣଙ୍କୁ ଗିରଫ କଲା ଜିଲ୍ଲା ଅବକାରୀ ବିଭାଗ । ଅଧିକ ପଢନ୍ତୁ....

୩ ଶହ ଲିଟର ଦେଶୀ ମଦ ଜବତ, ୪ ଗିରଫ
୩ ଶହ ଲିଟର ଦେଶୀ ମଦ ଜବତ, ୪ ଗିରଫ

ଯାଜପୁର : ଜିଲ୍ଲା ଅବକାରୀ ବିଭାଗ ପଞ୍ଝାରେ ବିପୁଳ ପରିମାଣର ଦେଶୀ ମଦ । ରଗଡି ଓ ବ୍ୟାସନଗର ଅଞ୍ଚଳରେ ବିଭାଗ ଚଢାଉ କରି ୩ ଶହ ଲିଟର ଦେଶୀମଦ,୪ ବାଇକ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାଲିସାହି ଅଞ୍ଚଳର ମହମ୍ମଦ ନୁରଲମ, ସଞ୍ଜୟ ସିଂ, କାହ୍ନା ବିନ୍ଧାଣି ଓ ଯାଜପୁର ରୋଡ ଅଞ୍ଚଳର ପ୍ରଶାନ୍ତ ଦଳେଇ ।

୩ ଶହ ଲିଟର ଦେଶୀ ମଦ ଜବତ, ୪ ଗିରଫ

ପୂର୍ବ ସୂଚନା ମୁତାବକ ,ଆଜି ଜିଲ୍ଲା ଅବକାରୀ ବିଭାଗ ଅଧୀକ୍ଷକ ଦେବୀପ୍ରସାଦ ଦାସଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ରୋଡ ଅବକାରୀ ବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଟିମ ସହ ଧବଳଗିରି, ଦାନଗଦି ଓ ରଗଡିଛକରେ ଯାଞ୍ଚ ଆରମ୍ଭ କରିଥିଲେ । ତେବେ ଏହି ସବୁ ସ୍ଥାନରେ ବିଭିନ୍ନ ଅଞ୍ଚଳରୁ ବାଇକ ଧରି ଆସୁଥିବା ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେବାରୁ ୪ ଜଣ ବ୍ୟକ୍ତିଙ୍କୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ। ତେବେ ଅଭିଯୁକ୍ତମାନଙ୍କ ଠାରୁ ୩ ଶହ ଲିଟରରୁ ଉର୍ଦ୍ଧ୍ବ ଦେଶୀ ମଦ ଜବତ କରିଥିଲା ପୋଲିସ । ଆଜି ସମସ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଅବକାରୀ ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.