ETV Bharat / state

Khandagiri Triple Murder Case: 27 ବର୍ଷ ପରେ ଆସିଲା ଚୂଡାନ୍ତ ରାୟ, ୩ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

୧୯୯୬ ମସିହାରେ ଘଟିଥିବା ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣାର ରାୟ ପ୍ରକାଶ ପାଇଛି । ୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଅଧିକ ପଢନ୍ତୁ

khandagiri triple murder case
ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣାରେ ଦୋଷୀଙ୍କୁ ସଜ୍ଜା
author img

By ETV Bharat Odisha Team

Published : Oct 20, 2023, 9:25 PM IST

Updated : Oct 20, 2023, 9:38 PM IST

ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣାରେ ଦୋଷୀଙ୍କୁ ସଜ୍ଜା

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣା । ୧୯୯୬ ମସିହାରେ ଘଟିଥିବା ଏହି ହତ୍ୟାକାଣ୍ଡର ରାୟ ଶୁଣାଇଲେ କୋର୍ଟ । ୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । କମେଣ୍ଟ ମରାକୁ ନେଇ ୩ଜଣ ସାଙ୍ଗକୁ ବୀଭତ୍ସ ଭାବେ ହତ୍ୟା କରିଥିଲେ ୪ ଜଣ ଅଭିଯୁକ୍ତ । ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇସାରିଥିବାବେଳେ ଅନ୍ୟ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଲେଖାଏଁ ଜରିମାନା ପାଇଁ ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ।

ସୁଚନା ମୁତାବକ, ୧୯୯୬ ମସିହା ଜୁଲାଇ ୧୧ ତାରିଖରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା । ଖଣ୍ଡଗିରି ଥାନା ଜଗନ୍ନାଥ ବିହାରରେ ସାରଦା ରଥ , ଭମ୍ରରବର ରାୟ ଓ ବିଶ୍ବଜିତ ମହାନ୍ତି ନାମକ ଏହି ୩ ଜଣ ସାଙ୍ଗକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଖଣ୍ଡଗିରି ପୋଲିସ ଅଭିଯୁ୍କ୍ତ ବିଶ୍ବଜିତ ଦାସ, ଚିତରଞ୍ଜନ ପାଢ଼ୀ ଓ ରୁଦ୍ର ନାରାୟଣ ସାହୁଙ୍କ ସମେତ ସମୀର ପ୍ରଧାନଙ୍କୁ ଗିରଫ କରିଥିଲା । ପରେ ସେମାନେ‌ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା । ତେବେ ସେହି ଘଟଣାରେ ଆଜି ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ମାମଲାର ବିଚାର‌ ପ୍ରକ୍ରିୟା ଶେଷ ହୋଇଛି । ସେହି ସମୟର ପାରିପାର୍ଶ୍ବିକ ପ୍ରମାଣ, ଜବତ ହୋଇଥିବା ମାରଣାସ୍ତ୍ର ସହ ସାଇଣ୍ଟିଫିକ୍ ପ୍ରମାଣ ଓ ୨୧ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ମାମଲାର ବିଚାର ହୋଇଥିଲା ।

ଏହା ବି ପଢନ୍ତୁ...ଟ୍ରେନରେ ସିଟ୍ ପାଇଁ ମହାଭାରତ, ସ୍ତ୍ରୀଙ୍କୁ କମେଣ୍ଟ ମାରିବାରୁ 2 ଯାତ୍ରୀଙ୍କ ବେକ କାଟିଲେ ସ୍ବାମୀ

କୋର୍ଟ ମାମଲାର ବିଚାର ପ୍ରକ୍ରିୟାକୁ ଗୁରୁତ୍ବ ଦେଇ ଓ ବଳିଷ୍ଠ ସାକ୍ଷୀ ପ୍ରମାଣକୁ ଆଧାର କରି ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ କମେଣ୍ଟ ମରାକୁ ନେଇ ଏହି ଶତୃତା ଆରମ୍ଭ ହୋଇଥିଲା । ହତ୍ୟାକାରୀ ବିଶ୍ବଜିତ ଦାସଙ୍କ ଭଉଣୀଙ୍କୁ କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ରହିଥିଲା । ଏନେଇ‌ ୧୯୯୫ ମସିହାରୁ ହୋଇଥିବା ଗଣ୍ଡଗୋଳର ସମାଧାନ ପାଇଁ ବିଶ୍ବଜିତ ଦାସ ତାଙ୍କ ଘର ନିକଟକୁ ୩ ଜଣଙ୍କୁ ଡାକିଥିଲେ । ପରେ ଯୋଜନାବଦ୍ଧ ଭାବେ ସେମାନଙ୍କୁ ହତ୍ୟା କରାଯାଇଥିଲା ।

ଏନେଇ ମୃତକମାନଙ୍କ ମଧ୍ୟରୁ ଜଣଙ୍କ ବାପା ଖବର ପାଇ ଜଗନ୍ନାଥ ବିହାର ଯାଇଥିଲେ । ସେଠାରେ ୩ ସାଙ୍ଗଙ୍କ ମୃତଦେହ ପଡିଥିବା ଦେଖି ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ ପରେ ସେମାନେ ଜାମିନରେ ଆସିଥିଲେ । ଶେଷରେ ଚୂଡାନ୍ତ ରାୟ ଶୁଣାଇଛନ୍ତି କୋର୍ଟ। ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବାବେଳେ ସେମାନଙ୍କୁ ଝାରପଡ଼ା ଜେଲ ପଠାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 20, 2023, 9:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.