ETV Bharat / state

ବିରଳ ରୋଗରେ ଛଟପଟ ଅମ୍ଲାନ: ଅସ୍ବାଭାବିକ ଭାବେ ବଢୁଛି ମୁଣ୍ଡ, ଚିକିତ୍ସା ପାଇଁ ଲୋଡା ସହାୟତା - 2 year old boy suffering from rare disease

ଯାଜପୁର ଜିଲ୍ଲା ପଂଳପୁର ଗାଁର ଅଭିମନ୍ୟୁଙ୍କ ଦୁଇ ବର୍ଷର ପୁଅ ଅମ୍ଲାନ । ବୟସ କମ ହେଲେ ଅସହ୍ୟ ଯନ୍ତ୍ରଣା ପାଉଛି ଶିଶୁଟି, ଏକ ବିରଳ ରୋଗରେ ପୀଡିତ ହୋଇଥିବାରୁ ଅସ୍ବାଭାବିକ ଭାବେ ବଢୁଛି ଶିଶୁଟିର ମୁଣ୍ଡ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଦେଖନ୍ତୁ ଆମର ଏହି ରିପୋର୍ଟ ।

ବିରଳ ରୋଗରେ ପିଡିତ ୨ବର୍ଷର ଶିଶୁ ଅମ୍ଲାନ
ବିରଳ ରୋଗରେ ପିଡିତ ୨ବର୍ଷର ଶିଶୁ ଅମ୍ଲାନ
author img

By

Published : Oct 14, 2022, 12:43 PM IST

ଯାଜପୁର: ପୁଅଟିଏ ଜନ୍ମ ହେଲେ ଘରେ ଖୁସିର ଲହରି ଖେଳି ଯାଏ, ପୁଅ ବଡ ହେବ ବାପା ମାଆଙ୍କ ଦୁଃଖ ଦୂର କରିବ, କିନ୍ତୁ ସେ ସ୍ବପ୍ନ ଆଜି ପାଣି ଫୋଟକା ପରି ମିଳାଇଯାଇଛି, ଯାଜପୁର ବିଂଝାରପୁର ବ୍ଲକ ପଂଳପୁର ଗାଁର ଅଭିମନ୍ୟୁ ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଅମିତା ମଲ୍ଲିକ । ତିନୋଟି ଝିଅ ପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । କିନ୍ତୁ ପୁଅକୁ ନେଇ ଏବେ ଚିନ୍ତାରେ ଉଭୟ । ପୁଅ ଅମ୍ଲାନର ବୟସ ମାତ୍ର ୨ବର୍ଷ । ବୟସ ସିନା କମ କିନ୍ତୁ ଶରୀରେ ଅସହ୍ୟ ଯନ୍ତ୍ରଣା ପାଉଛି ଶିଶୁଟି, ଯେଉଁ ବୟସରେ ଖେଳ କୁଦ କରିବା କଥା ସେହି ବୟସରେ ମାଆର କୋଳ ଛାଡିଯାଉନାହିଁ । ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ବିରଳ ରୋଗରେ ପିଡିତ ୨ବର୍ଷର ଶିଶୁ ଅମ୍ଲାନ

ଜନ୍ମ ହେବାର ୬ମାସ ପରେ ହଠାତ ଅମ୍ଲାନଙ୍କ ଗୋଡ ବଙ୍କା ହୋଇଗଲା, ଆଉ ଏକ ବର୍ଷ ପରେ ମୁଣ୍ଡ ଫୁଲିବା ଆରମ୍ଭ ହେଲା, ଏଥିସହ ଶରୀରେ ନାଲି ନାଲି ଚିହ୍ନ ହୋଇଗଲା, ପୁଅର ଚିକିତ୍ସା ପାଇଁ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ପରେ ବି ସୁଫଳ ମିଳିବା ପରିବର୍ତ୍ତେ ଦିନକୁ ଦିନ ଅମ୍ଲାନଙ୍କ ମୁଣ୍ଡ ବଡ ହେବାରେ ଲାଗିଛି । ବିଭିନ୍ନ ଡାକ୍ତରଙ୍କ କହିବା କଥା ହେଉଛି ଏହା ଏକ ବିରଳ ରୋଗ । ଏଥିପାଇଁ ପର୍ଯ୍ୟାପ୍ତ ଟଙ୍କା ଆବଶ୍ୟକ । ସେହି ଟଙ୍କା ଯୋଗାଡ କରିବାକୁ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି ପରିବାର ଲୋକେ ।

ଏହା ମଧ୍ୟ ପଢନ୍ତୁ-ପୋଲିସ ହାତରେ ଅର୍ଚ୍ଚନାଙ୍କ ବ୍ୟାଙ୍କ ଡିଟେଲ୍ସ, ଯାଞ୍ଚ ବେଳେ ତାଜୁବ ପୋଲିସ

ଅଭିମନ୍ୟୁ ମଲ୍ଲିକ ବୃତ୍ତିରେ ଜଣେ ଅଟୋ ଡ୍ରାଇଭର । ଅଟୋ ଚଳାଇ ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ, ଯାହା ଟଙ୍କା ରଖିଥିଲେ ତାହା ବର୍ତ୍ତମାନ ପୁଅରେ ଚିକିତ୍ସାରେ ଖର୍ଚ୍ଚ ହୋଇସାରିଲାଣି । ବର୍ତ୍ତମାନ ପୁଅକୁ ହସ୍ପିଟାଲ ନେଉଥିବାରୁ ଭଡାକୁ ମଧ୍ୟ ଯାଇପାରୁନାହାନ୍ତି, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଦୃଷ୍ଟି ଆକର୍ଷଣ କରିବା ପରେ ଅମ୍ଳାନଙ୍କୁ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶିବାଶିଷ ମହାରଣା । ରାଷ୍ଟ୍ରୀୟ ବାଲ ସୁରକ୍ଷା ଯୋଜନାରେ ଅମ୍ଳାନଙ୍କୁ ସାମିଲ କରି ତାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ମିଳିଛି । ସେପଟେ ଅମ୍ଳାନଙ୍କୁ ସହଯୋଗ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଛି ।

ଅମ୍ଳାନଙ୍କୁ ଭଲ କରିବା ପାଇଁ ଆବଶ୍ୟକ ଲକ୍ଷ ଲକ୍ଷ ଟଙ୍କା । ଯଦି କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହାନ୍ତି ତେବେ ଅଭିମନ୍ୟୁ ମଲ୍ଲିକଙ୍କ ଫୋନ ପେ ନମ୍ବର ୯୩୬୩୦୯୬୨୪୬ରେ ସହାୟତା ରାଶି ପଠାଇ ପାରିବେ ।

ଯାଜପୁର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.