ଯାଜପୁର: 2 ଗଞ୍ଜେଇ ଚୋରା ବ୍ୟବସାୟୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । ଦଣ୍ଡାଦେଶ ଶୁଣାଇଲେ ଯାଜପୁର ଜିଲ୍ଲା ଦୌରାଜଜ ।
ଗତ ୨୦୧୭ ମସିହା ଡିସେମ୍ବର ୬ ତାରିଖରେ କୁଆଖିଆ ଥାନା କଲଣ ଗାଁରେ ଧର୍ମଶାଳା ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଏହି ସମୟରେ ଟିମସେନ ସାହୁ ଏବଂ ସୁରେନ୍ଦ୍ର ସାହୁଙ୍କ ଘରୁ ୫୫ କେଜି ଗଞ୍ଜେଇ ଜବତ କରିଥିଲା ବିଭାଗ । ଘଟଣାର ବିଚାର କରି ୪ ଜଣ ସାକ୍ଷ୍ୟଙ୍କ ଠାରୁ ବୟାନ ରେକର୍ଡ କରିବା ପରେ ଶନିବାର ଜିଲ୍ଲା ଦୌରାଜଜ ଉଭୟଙ୍କୁ ସଶ୍ରମ କାରାଦଣ୍ଡାଦେଶ ସହ 1 ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ